ଅକବରୁଦ୍ଦିନ ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି

1 min read

ତେଲେଙ୍ଗାନା: AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଭାଇ ଅକବରୁଦ୍ଦିନଙ୍କୁ ବଡ଼ ଦାୟିତ୍ୱ । ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି । ତେଲଙ୍ଗାନା ବିଧାନସଭାରର ପ୍ରଥମ ଅଧିବେଶନରେ ସେ ବାଚସ୍ପତି ଭୂମିକାରେ ରହିବେ ।

ନୂଆ କରି ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ, ସରକାର ଗଠନ କରିବା ପରେ ବିଧାନସଭାର ପ୍ରଥମ ଅଧିବେଶନ ବସିବ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହକୁ ଅକବରୁଦ୍ଦିନ ଓୱେସି ପରିଚାଳନା କରିବେ । ଭାରତୀୟ ସମ୍ବିଧାନାର ଧାରା ୧୮୦ ଅନ୍ତର୍ଗତ କ୍ଲଜ ୧କୁ ବ୍ୟବହାର କରି ତେଲଙ୍ଗାନାର ରାଜ୍ୟପାଳ ଅକବରୁଦ୍ଦିନ ୱୱେସିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି । ସେ ସ୍ଥାୟୀ ବାଚସ୍ପତି ହେବା ଯାଏଁ ଗୃହ କାର୍ଯ୍ୟକୁ ପରିଚାଳନା କରିବେ । ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ସେ ନବନିର୍ବାଚିତ ବିଧାୟକମାନଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ ମଧ୍ୟ କରାଇବେ । ଅକବରୁଦ୍ଦିନଙ୍କୁ କାମଚଳା ବାଚସ୍ପତି ନେଇ ଘୋଷଣା କରିବା ପରେ ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  ।