୨୦୨୨ ଉପରେ ଆଖି,ଅଖିଳେଶ ତିଆରି କରୁଛନ୍ତି କୃଷ୍ଣ ମୂର୍ତ୍ତି

1 min read

ଲକ୍ଷ୍ନୌ:  ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ କିଛି ରାଜନୈତିକ ପାର୍ଟି  ବ୍ରାହ୍ମଣ ଭୋଟ ଟାଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଯେଉଁଥିପାଇଁ ସମାଜବାଦୀ ପାର୍ଟିଠାରୁ ବିଏସପି ଏବେ ସମସ୍ତଙ୍କର ପର୍ଶୁରାମ ପ୍ରେମ ଦେଖିବାକୁ ମିଳୁଛି । ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ ରାମ ଜନ୍ମଭୂମି ଆନ୍ଦୋଳନ ପ୍ରାସଙ୍ଗିକତା ହରାଇଛି । ତେଣୁ ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦଳ ସବୁ ଏବେ ପର୍ଶୁରାମଙ୍କୁ ପ୍ରତୀକ ଭାବେ ଗ୍ରହଣ କଲେଣି । ବିଏସପି ପର୍ଶୁରାମଙ୍କ ବିରାମ ମୁର୍ତ୍ତି ନିର୍ମାଣ କରିବା କଥା କହିସାରିଲାଣି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଭିନ୍ନ ରାସ୍ତା ଚୟନ କରିଛନ୍ତି । ରାମ ମନ୍ଦିରକୁ ନେଇ ଚାଲିଥିବା ରାଜନୀତି ମଧ୍ୟରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ନଜର ଆସିଛନ୍ତି ଅଖିଳେଶ ।


ବାସ୍ତବରେ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉପଲକ୍ଷେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ପତ୍ନି ଡିମ୍ପଲଙ୍କ ସହିତ ନଜର ଆସିଛନ୍ତି । ଫଟୋରେ କୃଷ୍ଣଙ୍କର ଏକ ବଡ଼ ମୂର୍ତ୍ତି ନଜର ଆସିଛି, ଯାହାକୁ ଅଖିଳେଶ ତାଙ୍କ ପୈତୃକ ଗାଁରେ ନିର୍ମାଣ କରୁଛନ୍ତି । ଅଖିଳେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି , ଜୟ କାହ୍ନା ଜୟ କୁଞ୍ଜବିହାରୀ ଜୟ ନନ୍ଦ ଦୁଲାରେ । ଏହା ସହିତ ସମସ୍ତଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭକାମନା ମଧ୍ୟ ଜଣାଇଛନ୍ତି । ତେବେ ଅଖିଳେଶ ଅଧିକାଂଶ ସମୟରେ କୁହନ୍ତିଯେ ସମସ୍ତେ ଭଗବାନ ବିଷ୍ଣୁଙ୍କ ଅବତାର ଏବଂ ଆମେ କାହାର ମଧ୍ୟ ପୂଜା କରିଥାଉ ।


ବାସ୍ତବରେ ଗତ କିଛି ଦିନ ହେବ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ବିରୁଦ୍ଧରେ ବ୍ରାହ୍ମଣ ସମ୍ପ୍ରଦାୟର ବିକ୍ଷୋଭ ଆଚରଣ ସାମ୍ନାକୁ ଆସିଥିଲା । ଯେଉଁ କାରଣରୁ ପ୍ରତ୍ୟେକ ରାଜନୈତିକ ପାର୍ଟି ନିଜ ଦିଗ ପରିବର୍ତ୍ତନ କରିଥିଲେ । ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିକଟରେ ଅଖିଳେଶ ଯାଦବ ପ୍ରଚାର ମଧ୍ୟ ଆରମ୍ଭ କଲେଣି ।
ଅଯୋଧ୍ୟରେ ରାମ ମନ୍ଦିର ନିକଟରେ ଯୋଗୀ ସରକାର ରାମଙ୍କ ମୃର୍ତ୍ତି ନିର୍ମାଣ କରୁଛନ୍ତି । ଏହା ପୂର୍ବରୁ ଅଖିଳେଶ ଯାଦବ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଅବଶ୍ୟ ଏହା ଏବେ ପ୍ରାୟ ନିର୍ମାଣ ହୋଇ ଆସିଲାଣି । ଯାହାର ଉଚ୍ଚତା ପ୍ରାୟ ୫୧ ଫୁଟ । ଏହାର ଓଜନ ପ୍ରାୟ ୬୦ ଟନ୍ । ମୂର୍ତ୍ତିର ଆଖପାଖକୁ କୁରୁକ୍ଷେତ୍ରରେ ମହାଭାରତର ଯୁଦ୍ଧର ରୂପ ଦିଆଯିବ ।

କୃଷ୍ଣଙ୍କୁ ଯାଦବ ମାନେ ନିଜ ସହ ଯୋଡନ୍ତି । କୃଷ୍ଣଙ୍କ ମୁର୍ତ୍ତି ନିର୍ମାଣ କରି ଅଖିଳେଶ ହିନ୍ଦୁ ଭୋଟ ବିଶେଷକରି ଯାଦବଙ୍କ ଭୋଟ ଆଶା କରୁଛନ୍ତି ବୋଲି ବିରୋଧୀ କହୁଛନ୍ତି ।

Leave a Reply