ସରକାର ବଂଚାଇବା ପାଇଁ ଗାଡି ଓଲଟିଲା: ଅଖିଳେଶ ଯାଦବ

1 min read
Akhilesh Yadav has reacted to Vikas Dubey's encounter

ଲକ୍ଷ୍ନୌ: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ ଆଜି ଗାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟର ହୋଇଛି । ପୋଲିସର ସୂଚନା ଅନୁସାରେ ଏସଟିଏଫ ମଧ୍ୟପ୍ରଦେଶର ଉଜୈନରୁ ଯେତେବେଳେ କାନପୁରକୁ ବିକାଶ ଦୁବେକୁ ନିଆଯାଉଥିଲା ରାସ୍ତାରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ବିକାଶ ଦୁବେ ପୋଲିସର ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ବିକାଶ ଏବଂ ପୋଲିସମଧ୍ୟରେ ଗୁଳିବିନମୟ ହୋଇଥିଲା । ଏନକାଉଣ୍ଟରରେ  ଗୁରୁତର ବିକାଶକୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହି ଏନକାଉଣ୍ଟର ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଥିବା ଅଭିଯୋଗ କରିଛନ୍ତି ।  ଏହି ଘଟଣାକୁ ନେଇ ସେ ଯୋଗୀ ସରକାର ଉପରେ ଆକ୍ରମଣ କରିଛନ୍ତି । ସପା ଅଧ୍ୟକ୍ଷ ଅଖିଳେଶ ଟ୍ୱିଟ କରି କହିଛନ୍ତି ଯେ, ଗାଡ଼ିଟି ଓଲଟି ନାହିଁ ବରଂ ସରକାର ଓଲଟିବାରୁ ବଞ୍ଚା ଯାଇଛି ।  ତାଙ୍କର ଏହି ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେବଳ ଅଖିଳେଶ ନୁହେଁ ଏହାକୁ ନେଇ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିକାଶ ଦୁବେଙ୍କ ଏନକାଉଣ୍ଟର ଖବର ପରଠାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ବହୁ ବିରୋଧୀଦଳ ନେତା କହିଛନ୍ତି ଯେ ବିକାଶ ଦୁବେଙ୍କୁ ସାହାଯ୍ୟ କରୁଥିବା ସେହି ସମସ୍ତ ଲୋକଙ୍କୁ ଏହି ଏନକାଉଣ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଛି । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି । ସେ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଯେଉଁମାନେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ସହିତ କ’ଣ ହେବ? ତେବେ ବିକାଶଙ୍କ ଏନକାଉଣ୍ଟର ପରେ ସୋସିଆଲ ମିଡ଼ିଆରେ ବିଭିନ୍ନ ରାଜନୈତିକ ଦଳର ପ୍ରଶ୍ନ ସରକାରଙ୍କୁ ଘେରିଛି ।

Leave a Reply