କିଏ ଚଲାଉଛି ଅଲ ଫଲାହ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବ୍ଲାଷ୍ଟ ସହ ରହିଛି ଲିଙ୍କ୍ !
ନନ୍ଦିଘୋଷ ବ୍ୟୁରୋ: ଅଲ ଫଲାହ ବିଶ୍ବବିଦ୍ୟାଳୟରେ ଫରିଦାବାଦ ଟେରର ମଡ୍ୟୁଲ ମାମଲା ଓ ଦିଲ୍ଲୀ ବ୍ଲାଷ୍ଟରେ ଜଡିତ ସନ୍ଧିଗ୍ଧଙ୍କ ତଲାସ ଚାଲିଥିବା ସହ ପଚରାଉଚରା କରାଯାଉଛି । ଫରିଦାବାଦ ପୋଲିସ ବିଶ୍ବବିଦ୍ୟାଳୟର ଡକ୍ତର ମୁଜମ୍ମିଲ ସହ କାମ କରୁଥିବା ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଓ ମେଡିକାଲ କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚରା କରୁଛି । ବିଶ୍ବବିଦ୍ୟାଳୟର ୫୨ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ୬ ଜଣଙ୍କୁ ଗିରଫ କରି ଫରିଦାବାଦ ପୋଲିସ ଆତଙ୍କବାଦୀ ଆକ୍ରମଣ ନେଇ ପଚରାଉଚରା କରୁଛି । ଅଲ ଫଲାହ ବିଶ୍ବବିଦ୍ୟାଳୟର ଏକ ସୂତ୍ରରୁ ଜଣାପଡିଛି ଡ, ଶାହିନ, ଡ. ଉମର ଓ ଡ. ମୁଜମ୍ମିଲ ବରିଷ୍ଠ ଡକ୍ତର ଥିଲେ । ଆଜି ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଅଧିକାଂଶ ଜୁନିୟର ଡାକ୍ତର ଥିଲେ । ଏଠାରେ ୪୦ ପ୍ରତିଶତ ଡାକ୍ତର କାଶ୍ମୀରରୁ ଆସିଛନ୍ତି । ଏମିତି ସ୍ଥିତିରେ ଆଓନ୍ତୁ ଜାଣିବା ଅଲ ଫଲାହ ବିଶ୍ବବିଦ୍ୟାଳୟ କେଉଁଠି ଅଛି ? ଏହାକୁ କିଏ ଚଲାଉଛି ଓ ଏଠାରେ କ’ଣ ପଢ଼ାଯାଇଥାଏ ?
୭୦ ଏକର ଜମିରେ ଛିଡ଼ା ହୋଇଛି ବିଶ୍ବବିଦ୍ୟାଳୟ
ଫରିଦାବାଦ ଜିଲ୍ଲା ଅରାବଳିରେ ସ୍ଥିତି ୭୦ ଏକର ଜମିରେ ଛିଡା ହୋଇଛି ଏହି ବିଶ୍ବବିଦ୍ୟାଳୟ । ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହାକୁ ଚଲାଯାଉଛି । ଏହା ପରିସରରେ ତିନୋଟି କଲେଜ ରହିଛି । ଏଠାରେ ଅଲ ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି, ବ୍ରାଉନ ହିଲ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଓ ଅଲ ଫଲାହ ସ୍କୁଲ ଅଫ୍ ଏଜୁକେଶନ ଆଣ୍ଡ ଟ୍ରେନିଂ କଲେଜ ଚାଲୁଛି ।
ୟୁଜିସି ମାନ୍ୟତା ପ୍ରାପ୍ତ
ଓ୍ବେବସାଇଟିରେ ଦିଆଯାଇଥିବା ସୂଚନା ଅନୁସାରେ ଅଲ ଫଲାହ ବିଶ୍ବବିଦ୍ୟାଳୟର ସ୍ଥାପନା ହରିୟାଣା ବିଧାନସଭା ଦ୍ବାରା ହରିୟାଣା ନିଜି ବିଶ୍ବବିଦ୍ୟାଳୟ ଅଧିନିୟମ ୨୦୦୬ ଅନ୍ତର୍ଗତ ଅଧିନିୟମ ପାରିତ କରାଯାଇଥିଲା । ଏହାକୁ ୨୦୧୪ରେ ସଂଶୋଧନ କରାଯାଇଥିଲା । ଅଲ ଫଲାହ ବିଶ୍ବବିଦ୍ୟାଳୟକୁ ୨୦୧୫ରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ବାରା ୟୁଜିସି ଅଧିନିୟମ ୧୯୫୬ ଧାରା ୨ (ଏଫ) ଓ ୧୨ (ବି) ଅନ୍ତର୍ଗତ ମାନ୍ୟତା ମିଳିଛି ।
ଅଲ ଫଲାହ ବିଶ୍ବବିଦ୍ୟାଳୟ ପରିସରରେ ଏହି ଅଲ୍ ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରହିଛି । ଅଲ ଫଲାଡ ହସ୍ପିଟାଲ ଏହାର ଏକ ଅଂଶ । ଏଥିରେ ୬୫୦ ଶଯ୍ୟାର ସୁବିଧା ରହିଛି । ଏଠାରୁ ୨୦୧୯ରେ ପ୍ରଥମ ବ୍ୟାଜ୍ ଏମବିବିଏସ୍ ଛାତ୍ରଙ୍କୁ ପ୍ରବେଶ ପାଇଁ ଏନଏମସିର ମଞ୍ଜୁରୀ ମିଳିଥିଲା । ୨୦୨୪ରେ ଶେଷ ବର୍ଷର ଛାତ୍ର ପାସ୍ଆଉଟ୍ ହୋଇଛନ୍ତି ।
କ’ଣ ପଢ଼ାଯାଲ ?
ଏଠାରେ ଇଞ୍ଜିନିୟରିଂ, ଏମବିବିଏସରୁ ନେଇ ବି.ଏଡ ଓ ଏମ.ଏଡ ପାଢ଼ାଯାଇଥାଏ । ବି-ଟେକ, ପାରାମେଡିକାଲରେ ଡିଗ୍ରୀ ଓ ଡିପ୍ଲୋମା, ବିଏ. ବିଏସସି, ବ୍ୟାଚଲର ଅଫ ଫିଜିକାଲ ଏଜୁକେଶନ, ବ୍ୟାଚଲର ଅଫ୍ ମଲିକ୍ୟୁଲାର ସାଇନ୍ସ, ବିକମ, ବିସିଏ, ଏମଟେକ, ଏମଏସସି, ଏମଏ (ଅର୍ଥନୀତି), ଏମବିଏ, ଏମସିଏ ଓ ପିଏଚଡି ପଢ଼ାଯାଇଥାଏ ।

