spot_img

Latest Posts

ଚୀନ୍ ଫେରିଲେ ଅଲିବାବାର ପ୍ରତିଷ୍ଠାତା ଜ୍ୟାକ ମା

ବେଜିଂ: ଅଲିବାବା ପ୍ରତିଷ୍ଠାତା ଜ୍ୟାକ ମା ଚାଇନାକୁ ଫେରିଛନ୍ତି । ସେ ପାଖାପାଖି ବର୍ଷେରୁ ଅଧିକ ସମୟ ଚୀନ ବାହାରେ ଥିଲେ । ହାଙ୍ଗଜୋ ସହରରେ ନିଜେ ପ୍ରତିଷ୍ଠା କରିଥିବା ବିଦ୍ୟାଳୟ ପରିଦର୍ଶନ କରିଥିବା ନେଇ ସୋମବାର ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଆଣ୍ଟ ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ସୋମବାର ଦିନ ୟୁଙ୍ଗୁ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସହ ସାକ୍ଷାତ କରିଥିଲେ ।  ସେଠାରେ ସେ ଶିକ୍ଷା ସମ୍ପର୍କିତ ChatGPT ଟେକ୍ନୋଲୋଜି ବିଷୟରେ ଆଲୋଚନା କରିଥିଲେ। ଏହି ସ୍କୁଲକୁ ୨୦୧୭ରେ ପ୍ରତିଷ୍ଠା କରାଯାଇଥିଲା ।

ମା ତାଙ୍କର ୫୫ ତମ ଜନ୍ମଦିନରେ ୨୦୧୯ରେ ଆଲିବାବାର ଅଧ୍ୟକ୍ଷ ପଦରୁ ଅବସର ନେଇଥିଲେ। ଏହା ପରେ ବିଭିନ୍ନ ଦେଶ ଭ୍ରମଣ କରି କୃଷି ପ୍ରଯୁକ୍ତିବିଦ୍ୟା ବିଷୟରେ ସେ ଜ୍ଞାନ ଅର୍ଜନ କରିଥିଲେ। ଏହି ରିପୋର୍ଟରେ କୁହାଯାଇଛି ଯେ ପୂର୍ବତନ ଇଂରାଜୀ ଶିକ୍ଷକ ଥିବା ବିଲିୟନେୟାର ବ୍ୟବସାୟୀ ଜ୍ୟାକ ମା ହଂକଂରେ ଦୀର୍ଘ ସମୟ ରହିବା ପରେ ଚୀନ ଫେରିଛନ୍ତି, ଯେଉଁଠାରେ ସେ ବନ୍ଧୁମାନଙ୍କୁ ଭେଟିଥିଲେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ‘ଆର୍ଟ ବେସେଲ’ରେ ଯୋଗ ଦେଇଥିଲେ।

୨୦୨୧ ଶେଷ ଭାଗରେ ବିଭିନ୍ନ କାରଣରୁ ଚୀନରୁ ନିଖୋଜ ହୋଇଯାଇଥିବା ଜ୍ୟାକ ମା’ଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିଲା । ତେବେ ଜାପାନ, ଅଷ୍ଟ୍ରେଲିଆ ଓ ଥାଇଲ୍ୟାଣ୍ଡରେ ସେ ଥିବା ନେଇ କେତେକ ଫଟୋଗ୍ରାଫରେ ପ୍ରକାଶିତ ହୋଇଥିଲା ।

Latest Posts

Don't Miss