ମଙ୍ଗଳ ଗ୍ରହରେ ଦେଖାଗଲା ହାତୀ?

1 min read

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସି NASA ମଙ୍ଗଳ ଗ୍ରହରେ ଜୀବନ ଖୋଜିବାରେ ଲାଗିଛନ୍ତି । ଏବେ ନିକଟରେ ଜଣେ ଗବେଷକ ଏକ ଫଟୋକୁ ନେଇ ଅଜବ ପ୍ରକାର ଦାବି କରିଛନ୍ତି । ମଙ୍ଗଳ ଗ୍ରହର ପଥର ପାଖରେ ଏକ ଅଜବ ଆକୃତ୍ତିର ଜୀବ ଦେଖା ଯାଉଛି । ଏହାକୁ ଗବେଷକ କୌଣସି ଜୀବ ବୋଲି କହୁଛନ୍ତି ।

ସେ ନିଜର ଓ୍ବେବସାଇଟରେ ଲେଖିଛନ୍ତି ଯେ, ଆଜି ମୁଁ ଓ୍ବେବସାଇଟରେ ଏକ ରୋଚକ ଜିନିଷ ଦେଖିଲି । ଏହା ହାତୀ ଭଳି ଦେଖାଯାଉଛି । ଏହାର ଏକ ବଡ଼ ଚେହେରା ରହିଛି । ଶୁଣ୍ଢ ଭଳି ବି କିଛି ଦେଖାଯାଉଛି । ଗଳା, ନାକ ଏବଂ ଦୁଇଟି ଆଖି ବି ଦେଖାଯାଉଛି । ଏହାକୁ ଦେଖି ଗବେଷକ କହିଛନ୍ତି ଯେ, ମଙ୍ଗଳ ଗ୍ରହରେ ଜୀବନ ହୋଇପାରେ ।

ପୂର୍ବରୁ ମଙ୍ଗଳ ଗ୍ରହରେ ମାଙ୍କଡ ଥିବାର ବି ଦାବି ହେଉଥିଲା । ଏହା ସହ ସେଠାରେ ଛୋଟ ଭାଲୁ ଥିବାର ବି ଦାବି କରାଯାଇଥିଲା । ମଝିରେ ମଝିରେ ମଙ୍ଗଳରେ ଅଜବ ଜିନିଷ ଦେଖାଯିବାର ଦାବି ହେଉଛି ।

ନାସାର ପର୍ସର୍ଭାନ୍ସ ରୋଭର ମଙ୍ଗଳ ଗ୍ରହର ଏକ ଫଟୋ କଏଦ କରିଛି । ଏହି ଫଟୋରେ ଏକ ଧାତୁ ପଥରରେ ଲାଗିଛି । ଯାହା କମ୍ବଳ ଭଳି ଦେଖାଯାଉଛି । ଏ ନେଇ ନାସା କହିଛି ଯେ, ଏହା ହେଉଛି ରୋଭରର କମ୍ବଳ, ଯାହା ମହାକାଶର ଶୀତରୁ ରକ୍ଷା କରିବା ପାଇଁ ରହିଛି ।

ନାସାର ରୋବର ମଙ୍ଗଳ ଗ୍ରହରେ ବେଳେ ବେଳେ ଅଜବ ଜିନିଷ ଠାବ କରିଛି ।  ବିଭିନ୍ନ ପ୍ରକାର ଫଟୋରେ ଅଜବ ଏବଂ ଜୀବ ଆକୃତ୍ତିର ଜିନିଷ ଦେଖାଯାଏ । ତେବେ ଏହା କେତେଦୁର ସତ ତାହା ଜଣାପଡ଼ିନି ।