ସମୁଦ୍ର ଭିତରେ କ’ଣ ରହୁଛନ୍ତି ଏଲିୟନ୍ସ ? ଆମେରିକା ଗୁଇନ୍ଦା ରିପୋର୍ଟ ଲିକ୍ ପରେ ଚର୍ଚ୍ଚା

ଏଲିୟନ୍ସ କଣ ପୃଥିବୀରେ ଅଛନ୍ତି ? କଣ ଏଲିୟନ୍ସ ଆମ ଦୁନିଆକୁ ଆସି କିଛି ଅସମ୍ଭବ କରିଶ୍ମା କରୁଛନ୍ତି । ଏସବୁ କଥା ଆଜିର ନୁହେଁ । ଅନେକ ବର୍ଷ ତଳୁ ଏହି ଭଳି ପ୍ରଶ୍ନବାଚୀ ଉଠୁଛି । ଦୁନିଆର କେତେକ ସ୍ଥାନରେ ଏଲିୟନ୍ସ ଦେଖାଯିବା ନେଇ ପୂର୍ବରୁ ଜୋରସୋରରେ ଦାବି ମଧ୍ୟ ହୋଇଛି । କିନ୍ତୁ କିଛି ବୈାଜ୍ଞାନିକ ଏଲିଅନ୍ସଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଥିବା ବେଳେ ଆଉକିଛି ଏହାକୁ ମନଗଢା କାହାଣୀ ବୋଲି କୁହନ୍ତି । କିନ୍ତୁ ବର୍ତ୍ତମାନ ଏଲିୟନ୍ସ ଅଛନ୍ତି କି ନାହିଁ ଏନେଇ ପୁଣିଥରେ ଚର୍ଚ୍ଚା ହେଉଛି । ଆମେରିକାର ଗୁଇନ୍ଦା ଏଜେନ୍ସୀର ଜଣେ ଅଧିକାରୀଙ୍କ ଦ୍ୱାରା ୟୁଏଫଓ ଓ ଏଲିୟନ୍ସକୁ ନେଇ କରାଯାଇଥିବା ସମୀକ୍ଷା ରିପୋର୍ଟ ଲିକ୍ ହେବା ପରେ ଏହି ପ୍ରଶ୍ନ ପୁଣି ମୁଣ୍ଡ ଟେକିଛି ।

ଏହି ସମୀକ୍ଷା ରିପୋର୍ଟ କିଛି ସାଧାରଣ କଥା ନୁହେଁ । କାହିଁକି ନା ଏଥିରେ ଅନେକ ଗୁମର ଲୁଚିରହିଛି । ଆମେରିକାର ନୈାସେନା ଗତ ୨୦ ବର୍ଷ ହେବ ଆକାଶରେ ଯେଉଁ ୟୁଏଫଓ କିମ୍ବା କୈାଣସି ଏଲିୟନ୍ସର ଝଲକ ଦେଖିଥିବାର କଥା କହୁଥିଲେ ସେସବୁ ବିଷୟରେ ରିପୋର୍ଟରେ ଉଲ୍ଲେଖ ଅଛି । ୧୨୦ରୁ ଅଧିକଥର ଏଲିୟନ୍ସଙ୍କର ଝଲକ ଦେଖାଯିବାର ଘଟଣାର ରେକର୍ଡ ମଧ୍ୟ ଏଥିରେ ରହିଛି । ହେଲେ ବର୍ତ୍ତମାନ ଏଲିୟନ୍ସ ଅନ୍ତରୀକ୍ଷରୁ ନୁହଁ ସମୁଦ୍ରରୁ ଆସୁଥିବା କଥା ଶୁଣିବାକୁ ମିଳିଲାଣି । ହଁ ଆଜ୍ଞା ଅନ୍ତରୀକ୍ଷର ଅଜଣା ଗ୍ରହରୁ ଆସୁଥିବା ଏଲିୟନ୍ସଙ୍କ ଠିକଣା ବଦଳିଯିବାର ସୂଚନା ମିଳିଛି । ଆଇସିଇଆର ର ଉପାଧ୍ୟକ୍ଷ ତଥା ଏଲିୟନ୍ସଙ୍କ ଗତିବିଧିି ଉପରେ କାମ କରୁଥିବା ‘ଗେରୀ ହେସଲଟାଇନ’ ଙ୍କ ଅନୁସାରେ ସମୁଦ୍ର ହେଉଛି ଏଲିୟନ୍ସଙ୍କ ବେସ୍ ।

ସେ କହିଛନ୍ତି କିଛି ଏମିତି ପ୍ରମାଣ ରହିଛି ଯାହା ଏଲିୟନ୍ସଙ୍କ ଉପସ୍ଥିତିର କାହାଣୀ କହୁଛି । ଅନେକ ଜଣ ପ୍ରଶ୍ନ ମଧ୍ୟ କରନ୍ତି ଯଦି ୟୁଏଫଓ ଦେଖାଯାଏ ତେବେ ଏହା ଆକାଶରେ କେଉଁଠି ଅର୍ନ୍ତଧ୍ୟାନ ହୋଇଯାଏ । କଣ ଏଲିୟନ୍ସଙ୍କର ବିମାନ ହାଇପରସୋନିକ । ତେବେ ଏସବୁ କଥାକୁ ନେଇ ଗେରୀ ହେସଲଟାଇନ କୁହନ୍ତି –ଏଲିୟନ୍ସ ଅନ୍ତରୀକ୍ଷରୁ ନୁହେଁ ବରଂ ସମୁଦ୍ର ଭିତରୁ ଆସନ୍ତି । ଆମ ପୃଥିବୀରେ ଥିବା ମହାସାଗର ଭିତରେ ଲୁଚିରୁହନ୍ତି ଏଲିୟନ୍ସ । ସେହିଠାରେ ହିଁ ସେମାନଙ୍କର ଗୁପ୍ତ ଆଡ୍ଡା ରହିଛି । କିନ୍ତୁ ଆଯିଯାଏଁ ଯେଉଁ ଏଲିୟନ୍ସ ବା ୟୁଏଫଓକୁ ଆମେ ଦେଖିଛୁ ହୁଏତ ସେମାନେ ଆମ ପୃଥିବୀରେ ହିଁ ରହୁଛନ୍ତି । ଆମେ ସବୁବେଳେ ଭାବି ଆସିଛୁ ଯେ ଏଲିୟନ୍ସ ଅଚାନକ ଅନ୍ତରୀକ୍ଷରୁ ଆସି କୁଆଡେ ଗାୟବ ହୋଇଯାଆନ୍ତି । କିନ୍ତୁ ପ୍ରକୃତରେ ସେମାନେ ଆମ ପୃଥିବୀରେ ଥିବା ମହାସାଗର ଗୁଡିକରେ ହିଁ ରହୁଛନ୍ତି । ତେବେ ଗେରୀ ହେସଲଟାଇନଙ୍କର ଏହିଭଳି କଥାରେ ଅନେକ ଗବେଶକ ଏଲିୟନ୍ସ ବେସ୍ କ୍ୟାମ୍ପ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଦେଲେଣି । ତେବେ ଏହି ବିଷୟ କେତେ ଦୂର ସତ କିମ୍ବା ମିଛ ଏହାର ସ୍ପଷ୍ଟ ପ୍ରମାଣ ଏଯାଏଁ ମିଳିପାରିନି ।

Leave a Reply