ଡିସେମ୍ବର ସୁଦ୍ଧା ରୂପାନ୍ତରିତ ହେବ ସବୁ ହାଇସ୍କୁଲ, ନୂଆବର୍ଷରେ ନୂଆ କ୍ଲାସ ରୁମରେ ପଢ଼ିବେ ଛାତ୍ରଛାତ୍ରୀ

1 min read

ବାଲେଶ୍ୱର: ବାଲେଶ୍ବର ଟାଉନ ସହଦେବଖୁଣ୍ଟାର ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକଙ୍କ ସହ କଥା ହେଲେ 5T ସଚିବ । ଚାଷୀ ଓ ଜଳସେଚନ ପାଇଁ ଥିବା ଦାବି ଶୀଘ୍ର ପୂରଣ ହେବ । ଧର୍ମାନୁଷ୍ଠାନର ଉନ୍ନତି ଓ କମ୍ୟୁନିଟି ସେଣ୍ଟର ପାଇଁ ଦାବି ସପ୍ତାହକରେ ପୂରଣ ହେବ । ୩୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ମଞ୍ଜୁର କରିବେ, ନିଜ ଘର କାମ ଭାବି କରିବାକୁ ଆହ୍ବାନ ଦେଇଛନ୍ତି 5T ସଚିବ । ମିଶନ ଶକ୍ତି ମାଆମାନଙ୍କ ସହ ବି କଥା ହୋଇଛନ୍ତି 5T ସଚିବ ।

ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ ରୂପାନ୍ତିରତ ହେବ । ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ମଧ୍ୟ 5T ଅନ୍ତର୍ଭୂକ୍ତ ହୋଇଛି । ତେଣୁ ନୂଆବର୍ଷରେ ନୂଆ କ୍ଲାସ ରୁମରେ ପଢ଼ିବେ ପିଲା । ସାଧାରଣ ଲୋକଙ୍କ ସହଯୋଗ କାମନା କଲେ 5T ସଚିବ ଭିକେ ପାଣ୍ଡିଆନ । ଏହାସହ ବସଷ୍ଟାଣ୍ଡ ପୂର୍ବାପେକ୍ଷା ସୁନ୍ଦର ହୋଇଛି । ମଲ୍ଟି ପରପଜ୍ ହଲ୍, ସୁଇମିଂ ପୁଲ୍ କାମ ଚାଲିଛି । ଜାନୁଆରୀ ସୁଦ୍ଧା ସବୁ ଘରେ ପହଞ୍ଚିବ ପିଇବା ପାଣି । ଚାନ୍ଦିପୁର ସମୁଦ୍ରକୂଳର ସୌନ୍ଦର୍ଯ୍ୟକରଣ ଚାଲିଛି  ବୋଲି ସେ କହିଛନ୍ତି ।