ସୋମବାର ଠାରୁ ଦିଲ୍ଲୀରେ କ’ଣ ସବୁ ଖୋଲିବ ? ଜାଣନ୍ତୁ ଅନଲକର ନୂଆ ଗାଇଡଲାଇନ୍

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲିବା ନେଇ ଘୋଷଣା କରାଯାଇଛି । ଏହା ବ୍ୟତୀତ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସକାଳ ୯ ଟାରୁ ୫ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରିବ । ଏଥି ସହିତ ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବ । ତେବେ ଆସନ୍ତା ସପ୍ତାହରେ ଯଦି କୋଭିଡ-19 ମାମଲା ବୃଦ୍ଧି ପାଇବ, ତେବେ ଦିଲ୍ଲୀର ବଜାର ଏବଂ ରେଷ୍ଟୁରାଣ୍ଟରେ କିଛି ପ୍ରତିବନ୍ଧକ ଲାଗୁ ହେବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି କେଜ୍ରିୱାଲ ।

ଏହାସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାପ୍ତାହିକ ବଜାରକୁ ମଧ୍ୟ ଅନୁମତି ଦେଇଛନ୍ତି । ମାତ୍ର ଗୋଟିଏ ଦିନରେ କେବଳ ଗୋଟିଏ ଜୋନରେ ସାପ୍ତାହିକ ବଜାରକୁ ଅନୁମତି ଦିଆଯିବ । ଯେଉଁଠାରେ ସରକାରୀ କାର୍ଯ୍ୟାଳୟଗୁଡିକ ଶତପ୍ରତିଶତ ଗ୍ରୁପ୍ ଏ ଅଧିକାରୀ ଏବଂ ୫୦ ପ୍ରତିଶତ ଅନ୍ୟ କର୍ମଚାରୀଙ୍କ ସହିତ ଖୋଲିବାକୁ ସକ୍ଷମ ହେବେ। ଏହାସହ ଅତ୍ୟାବଶ୍ୟକ ସେବାଗୁଡିକ ପୂର୍ବ ପରି ଜାରି ରହିବ । ଏହା ବ୍ୟତୀତ ଘରେ କିମ୍ବା କୋର୍ଟରେ ୨୦ ଜଣରେ ବିବାହ ଅନୁଷ୍ଠିତ ହୋଇପାରିବ । ଯଦିଓ ଧାର୍ମିକ ସ୍ଥାନ ଗୁଡ଼ିକ ଖୋଲାଯାଉଛି, କିନ୍ତୁ ଭକ୍ତମାନଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଏହି ଜିନିଷ ଉପରେ ଲାଗିବ ପ୍ରତିବନ୍ଧକ  

ଏହା ବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟାଳୟ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, ସ୍ପୋର୍ଟସ କମ୍ପ୍ଲେକ୍ସ, ସିନେମା ହଲ୍, ଥିଏଟର, ମନୋରଞ୍ଜନ ପାର୍କ, ଭୋଜି ହଲ୍, ଅଡିଟୋରିୟମ୍ , ସ୍ପା, ଜିମ୍, ସର୍ବସାଧାରଣ ପାର୍କ ଏବଂ ବଗିଚା ସମ୍ପୂର୍ଣ୍ଣ ବନ୍ଦ ରହିବ ।

ତୃତୀୟ ଲହର ପାଇଁ ମଧ୍ୟ ପ୍ରସ୍ତୁତି ଜାରି

ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର କୋଭିଡ -19 ସହ ଜଡିତ ପରିସ୍ଥିତି ମୁଖ୍ୟତଃ ନିୟନ୍ତ୍ରଣରେ ରହିଛି, ସମ୍ଭାବ୍ୟ ତୃତୀୟ ଲହକର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି।

CTI ର ଦାବି ଗ୍ରହଣୀୟ ନୁହେଁ

ଦିଲ୍ଲୀ ସରକାର ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)ର ଦାବିକୁ ଗ୍ରହଣ କରିନାହାଁନ୍ତି। ବାସ୍ତବରେ, ଜୁନ୍ ୧୪ରୁ ସେଲୁନ୍ ଏବଂ ଜିମ୍ ଖୋଲିବାକୁ CTI ଦାବି କରିଥିଲା । ଏହି ପରିପ୍ରେକ୍ଷୀରେ ସିଟିଆଇ ସଭାପତି ବୃଜେଶ ଗୋୟଲ କହିଛନ୍ତି ଯେ, ସିଟିଆଇ ସେଲୁନ୍ ଏବଂ ଜିମ୍ ଖୋଲିବାକୁ ଦାବି କରିଥିଲେ ଏବଂ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ପ୍ରାୟ ୧୫ଲକ୍ଷ ଲୋକଙ୍କ ଜୀବିକା ରହିଛି ।

Leave a Reply