ଖୋଲିବ ସମସ୍ତ ମେଡିକାଲ କଲେଜ , ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ

ଭୁବନେଶ୍ୱର: ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ । ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ବି ଖୋଲିବ । ନର୍ସିଂ ହୋମ୍, ଫାର୍ମାସୀ, ଫିଜିଓଥେରାପୀ କଲେଜ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପିକେ ମହାପାତ୍ର ଡିଏମଇଟିକୁ ଚିଠି ଲେଖିଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତ କଲେଜ ଖୋଲାଯିବ । ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ । କିନ୍ତୁ ଅନଲାଇନ ମାଧ୍ୟମରେ ଥିଓରୀ କ୍ଲାସ ଚାଲିବ ।

ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଲିଖିତ ଅନୁମତିପତ୍ର ଦେଖାଇ କ୍ଲାସରେ ଯୋଗ ଦେଇପାରିବେ । ଏହି ସମୟରେ କ୍ୟାମ୍ପସରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ସଂକ୍ରମିତ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କଟକଣାରେ ପରୀକ୍ଷା ମଧ୍ୟ ଆୟୋଜନ ହେବ । ଯେଉଁମାନେ କୋଭିଡ଼ ପାଇଁ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ, ସେମାନଙ୍କୁ କୋଭିଡ ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ପଡିବ ।

Leave a Reply