spot_img

Latest Posts

ପଞ୍ଚାୟତ ନିର୍ବାଚନରେ ୧୩୫ ଶିକ୍ଷକଙ୍କ ମୃତ୍ୟୁ, ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଆହ୍ଲାବାଦ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୧୩୫ ଶିକ୍ଷକ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ  ନିନ୍ଦା କରିଛନ୍ତି।

ପଞ୍ଚାୟତ ନିର୍ବାଚନ ସମୟରେ କମିଶନ କିପରି କୋଭିଡ ଗାଇଡ୍ ଲାଇନକୁ ଅନୁସରଣ କରିବାରେ ବିଫଳ ହେଲେ ସେନେଇ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଓ ୨୭ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଅମ୍ଳଜାନ ସଙ୍କଟ ଉପରେ କୋର୍ଟ କହିଛନ୍ତି, ଏହା ଏକ ଲଜ୍ଜାଜନକ ବିଷୟ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆମେ ଲୋକମାନଙ୍କୁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହୋଇପାରୁନୁ।

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ଦୁଇଥର ହେଲଥ ବୁଲେଟିନ୍ ଜାରି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୗେ, ପ୍ରୟାଗରାଜ, ବାରାଣାସୀ, ଆଗ୍ରା, କାନପୁର ନାଗର, ଗୋରଖପୁର ଏବଂ ଝାନ୍ସି ଆଦିର ସରକାରୀ ଡାକ୍ତରଖାନା ସମ୍ପର୍କରେ ବୁଲେଟିନ୍ ଜାରି କରାଯିବା ଉଚିତ । ଯାହା ଫଳରେ ଲୋକମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇପାରିବେ।

ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ଆଇସିୟୁ ଏବଂ କୋଭିଡ ୱାର୍ଡରେ କେତେ ଶଯ୍ୟା ଅଛି ତାହା ଜିଲ୍ଲା ପୋର୍ଟାଲ ମାଧ୍ୟମରେ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଛନ୍ତି।

Latest Posts

Don't Miss