ଠକେଇରେ ମାହିର୍ ପାଠକ ବାପ-ପୁଅ, ଟିକେଟ୍ ବୁକିଂ କରି ମଉଜ ପରେ ଦେଉନଥିଲେ ପୂରା ଟଙ୍କା

1 min read
Allegation Against Pathak Son And Father Not Paying Charter Flight Rent Amount

ଭୁବନେଶ୍ୱର: ପାଠକ ବାପ-ପୁଅ ଖାଲି ଟଙ୍କାରେ ଅଏସ୍ କରୁଥିଲେ ତା’ନୁହେଁ । କାମ ହାସଲ ପରେ ଟଙ୍କା ଫାଙ୍କିବାରେ ବି ଧୂରନ୍ଧର ଥିଲେ । ଗିରଫ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ବିରୋଧରେ ନୂଆ ଅଭିଯୋଗ ଆସିଛି । ସୌଖୀନ ଜୀବନ ଜିଉଁଥିବା ପାଠକ ବାପ-ପୁଅ କେବଳ ଆକାଶରେ ଉଡ଼ୁନଥିଲେ । ଆକାଶରେ ଉଡ଼ିବା ସହ ଲୋକଙ୍କୁ ଚୂନ ଲଗାଉଥିଲେ । ପ୍ରଥମେ ଅଗ୍ରୀମ ଅର୍ଥ ଦେଇ ଟିକେଟ୍ କାଟି ବିଶ୍ୱାସଭାଜନ ହେଉଥିଲେ । ପରେ ଟ୍ରିପର ସମସ୍ତ ଅର୍ଥ ନଦେଇ ଧମକ ଚମକ ଦେଉଥିଲେ । ଏନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱରର ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି ।

Allegation Against Pathak Son And Father Not Paying Charter Flight Rent Amount

ସ୍କାଏ କିଙ୍ଗ କମ୍ପାନୀର ପ୍ରଭାସ ଚୌଧୁରୀ ଥାନାରେ ଠକ ପାଠକ ବାପ-ପୁଅଙ୍କ ବିରୋଧରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ଆକାଶ ଟାଟା ମୋଟର୍ସ ଲିମିଟେଡର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗରେ ଚାର୍ଟର ଫ୍ଲାଇଟ୍ ଟିକେଟ୍ ବୁକ୍ କରିଥିଲେ । ଆକାଶ ମେଲରେ ନକଲି କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ ଜୁନ ମାସରେ ବୁକ୍ କରିଥିଲେ । ଯାହାର ଦାମ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ହୋଇଥିବା ବେଳେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ଦେଇଥିଲେ । ସ୍କାଏ କିଙ୍ଗ ବଳକା ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ମାଗିବାରୁ ଆକାଶ ନଦେଇ ଧମକ ଚମକ ଦେଇଥିଲେ ।

Allegation Against Pathak Son And Father Not Paying Charter Flight Rent Amount

ବଳକା ଟଙ୍କା ନଦେଇ ଆକାଶ ସ୍କାଏ କିଙ୍ଗକୁ ଧମକ ଦେଇଥିଲେ । ସେବା ବନ୍ଦ କଲେ ପିରଣାମ ଭୟଙ୍କର ହେବ ବୋଲି ଠକ ଆକାଶ ପାଠକ ଧମକ ଦେଇଥିବା ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave a Reply