କେନ୍ଦ୍ରମନ୍ତ୍ରୀଙ୍କ ରାସ୍ତାରେ ବିଜେପି ବିଧାୟକ; ସମସ୍ତଙ୍କ ଆଗରେ ବିଡିଓଙ୍କୁ ବିଧା, ଗୋଇଠା ଅଭିଯୋଗ

Allegation Of Tileibani BDO Deogarh BJP MLA Attacked

ଦେବଗଡ଼: ବଦଳୁନି ବିଜେପିର ଗୁଣ୍ଡାଗିରି ଆଭିମୁଖ୍ୟ । କେନ୍ଦ୍ରମନ୍ତ୍ରୀଙ୍କ ପରେ ବିଜେପି ବିଧାୟକ । ସରକାରୀ ଅଧିକାରୀଙ୍କୁ ମାରିଲେ ମାଡ଼ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଏବେ ଟୁଡୁଙ୍କ ପଦାଙ୍କ ଅନୁସରଣ କରି ବିଡିଓଙ୍କୁ ପିଟିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁସାରେ ତିଳେଇବଣି ବିଡିଓ ଫିଲ୍ଡ ଭିଜିଟରେ ଯାଇଥିଲେ ।

Allegation Of Tileibani BDO Deogarh BJP MLA Attacked

ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Allegation Of Tileibani BDO Deogarh BJP MLA Attacked

ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଛି । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଛି ।