spot_img

Latest Posts

୨ଶହ ଟଙ୍କା ବଟି ନଦେବାରୁ ବିଚ ରାସ୍ତାରେ ଘୋଷାରି ମାରିଥିବା ଅଭିଯୋଗ

ସୋର: ବଟି ନଦେବାରୁ ମାଡ଼ । ୨ଶହ ଟଙ୍କା ବଟି ନଦେବାରୁ ମାଡ଼ ମାରିଛନ୍ତି ରେଳ ବିଭାଗ କର୍ମଚାରୀ । ବିଚ୍ ରାସ୍ତାରେ ଘୋଷାରି ଘୋଷାରି ସୋର ରେଳ ଷ୍ଟେସନର କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ସୋର ରେଳ ଷ୍ଟେସନ ନିକଟରେ ଜଣେ ଟ୍ରେନରେ ଫେରି କରୁଥିବା କାକୁଡି ବିକାଳିକୁ ରେଳ ଷ୍ଟେସନର ଟିକଟ କାଉଣ୍ଟରରେ ଥିବା ମୋହନ ହେମ୍ରମ୍ବ ନାମକ ଜଣେ ରେଳ କର୍ମଚାରୀ ବିଚ୍ ରାସ୍ତାରେ ନିର୍ଧୁମ ମାଡ ମାରିଛନ୍ତି। ରେଳ କର୍ମଚାରୀ ଜଣଙ୍କ କାକୁଡି ବିକାଳିକୁ ପ୍ରଥମେ ଦୁଇ ଶହ ଟଙ୍କା ବଟି ମାଗିଥିଲେ। ହେଲେ ସେ ବେପାର ନହୋଇଥିବାର ଟଙ୍କା ଦେବାକୁ ମନା କରିଥିଲେ। ଏତିକିରେ ରେଳ କର୍ମଚାରୀ ଜଣଙ୍କ ତାଙ୍କର ଜଣେ ସହ ଯୋଗୀଙ୍କ ସହିତ ମିଶି ଟାଣି ଘୋଷାରି ଷ୍ଟେସନ ଆଗରେ ନିର୍ଧୁମ ମାଡ ମାରିଥିଲେ। ଏମିତିକି କାକୁଡି ଫେରିବାଲା ଯେତେ ନେହୁରା ହୋଇଥିଲେ ମଧ୍ୟ ରେଳ କର୍ମଚାରୀ ବାବୁ ଜଣକ କିଛି ଶୁଣି ନଥିଲେ। ତେବ ଏ ଚିତ୍ର ହିଁ ବାସ୍ତବରେ ବୟାନ କରୁଛି ସେ ରେଳ କର୍ମଚାରୀ ଜଣଙ୍କ କେତେ ନିର୍ଦୟ । ଏହି ଘଟଣାଟି ଘଟିବା ବେଳେ ଜଣେ ରେଳ ଯାତ୍ରୀ ତାଙ୍କ ମୋବାଇଲରେ ରେକଡିଂ କରିଥିଲେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚା ସୃଷ୍ଟି ହୋଇଛି।

Latest Posts

Don't Miss