ଅନୁଗୁଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ । ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ଯେଉଁ ଔଷଧ ଲଗାଯାଇଥିଲା ତାହା ଦେଢ଼ ବର୍ଷ ହେଲା ଏକ୍ସପାଏରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏକ୍ସପାଏରୀ ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ପଚାରିଥିଲେ । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।