ରାଜନୈତିକ ଆକ୍ରୋଶ ରଖି ବିଜେପି କର୍ମୀ ମହିଳାଙ୍କୁ ମାଡ଼ ମାରିବା ସହ ଘର ପୋଡିଥିବା ଅଭିଯୋଗ

ବ୍ରହ୍ମଗିରି : ସୀମା ଟପିଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶ ନେଇ ମହିଳାଙ୍କୁ ମାଡ଼ ମାରିବା ସହ ଘର ପୋଡିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପ୍ରସାଦ ବ୍ଳକ୍ ବାଜ୍ରକୋଟ ପଞ୍ଚାୟତର ବିଜେଡି କର୍ମୀ ଲକ୍ଷ୍ମୀପ୍ରିୟା ପଣ୍ଡା ଘରେ ଏକାକୀ ଥିଲେ । ଏହାର ସୁଯୋଗ ନେଇ ପିତିସାଳ ଗାଁର ବିଜେପି କର୍ମୀ ଅଜୟ କୁମାର ଦଳେଇ, ରବି ପଲେଇ ଓ ମୁନା ପଲେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଏହାସହ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ଦୁର୍ଗାଚରଣ ପଣ୍ଡାଙ୍କୁ ଜୀବନରୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ। ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କୀୟଙ୍କ ହୋଟେଲରେ ମଧ୍ଯ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।