’ପୁଷ୍ପା-୨’ର ମ୍ୟୁଜିକ୍ ରାଇଟ୍ସ ଯେତେ ଟଙ୍କାରେ ବିକ୍ରି ହେଲା ସେତିକି ଟଙ୍କାରେ ନିର୍ମାଣ ହୋଇଥିଲା ଅଜୟ ଦେବଗନଙ୍କ ଏହି ଫିଲ୍ମ

1 min read

ନନ୍ଦିଘୋଷ ବ୍ୟୁରୋ: ସାଉଥ ଇଣ୍ଡିଆନ ଫିଲ୍ମ ’ପୁଷ୍ପା’ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ହିଟ୍ ହେବା ସହ ଦ୍ବିତୀୟ ଭାଗକୁ ଚାହିଁ ରହିଛନ୍ତି । ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହାକି ବେଶ ଭାଇରାଲ ହେବା ସହ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଏପ୍ରିଲ୍ ୮ ତାରିଖରେ ଟିଜର ରିଲିଜ୍ ହୋଇଛି । ତେବେ ଫିଲ୍ମର ମ୍ୟୁଜିକ୍ ରାଇଟ୍ସ କିଣିଛି ଟି-ସିରିଜ୍ । ୬୦ କୋଟି ଟଙ୍କାରେ ଫିଲ୍ମର ସମସ୍ତ ଭାଷାର ମ୍ୟୁଜିକ୍ ରାଇଟ୍ସ କିଣିଛି । ତେବେ ଏହି ବଜେଟରେ ଅଜୟ ଦେବଗନଙ୍କ ସୈତାନ ଫିଲ୍ମ ନିର୍ମାଣ ହୋଇଥିଲା । କୁହାଯାଉଛି କି, ଫିଲ୍ମରେ ଦୁଇଟି ଆଇଟମ୍ ସଙ୍ଗ ରହିଛି । ଏହାସହ ଫିଲ୍ମର ଗୀତ ଗୁଡ଼ିକ ବେଶ ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି ।

ସେପଟେ ଫିଲ୍ମରେ ଏଭଳି ଏକ ସିନ୍ ରହିଛି ଯାହାକୁ ସୁଟିଂ କରିବା ପାଇଁ ୧୦ଦିନ ସମୟ ଲାଗିଥିଲା । ଏହି ସିନଟି ମାତ୍ର ୨ ମିନିଟରୁ ୬ ମିନିଟ ମଧ୍ୟରେ ରହିଛି । ତେବେ ଏହି ସିନର ସୁଟିଂ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୁହାଯାଉଛି କି, ଏହା ସବୁଠାରୁ ହାଇ ବଜେଟ୍ ଫିଲ୍ମ ହେବ । ଏପରିକି ଦର୍ଶକଙ୍କ ମହଲରେ ମଧ୍ୟ ପୁଷ୍ପା ୨ ଅପୂର୍ବ ସଫଳତା ହାସଲ କରିବ ।