ଭୁବନେଶ୍ଵରରେ ‘ଆମ ବସ’ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : କେମିତି ରଙ୍ଗ ରୁଟରେ ଗାଡ଼ି ଚଳାଉଛି ‘ଆମ ବସ’ । ଗତକାଲି ରାତ୍ରିରେ ବେପରୁଆ ଭାବରେ ଗାଡ଼ି ଚଳାଉଥିବା ‘ଆମ ବସ’ ବିଭିନ୍ନ ଜାଗାରେ କରିଥିଲା ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ଲୋକେ ‘ଆମ ବସ’ ର ପିଛା କରିଥିଲେ । ‘ଆମ ବସ’ ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ କଣ୍ଡକ୍ଟର । ଉତ୍ତ୍ୟକ୍ତ ଲୋକେ କଣ୍ଡକ୍ଟରକୁ ମାଡ଼ ମାରିଥିବା ଅଭିଯୋଗ କରି ଆଜି ଆମ ବସ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ସତ କିଛି ଅଲଗା ବୋଲି ଭିଡିଓରୁ ଜଣାପଡୁଛି । ରଙ୍ଗ ରୁଟରେ ଆମ ବସ ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍ ନିୟମକୁ ମାନୁନାହାନ୍ତି । ଆଇନକୁ ମଧ୍ୟ ଆମ ବସ ଡ୍ରାଇଭରଙ୍କ ଭୟ ରହୁନଥିବା ବେଳେ ଭୁଲ୍ ଗାଡ଼ି ଚାଳନା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡୁଥିବା ଅଭିଯୋଗ ହୋଇଛି ।
ସେପଟେ ଆମ ବସର କଣ୍ଡକ୍ଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ‘ଆମ ବସ’ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ‘ଆମ ବସ’ ଡିପୋରେ ବସ ଚଳାଚଳ ବନ୍ଦ । ସିଟି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ମାଷ୍ଟରକ୍ୟାଣ୍ଟିନ୍ ଛକ ଆମ ବସ ଷ୍ଟାଣ୍ଡରୁ ଗଡୁନି ବସ । ଅଭିଯୁକ୍ତକୁ ଗିରଫ ଦାବି ସହିତ ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ।ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।