ବିଦ୍ୟୁତ କାଟକୁ ନେଇ ବିତରଣ କମ୍ପାନୀ ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଦୁଇ ତିନି ଦିନ ତଳେ ହୋଇଥିବା ବିଦ୍ୟୁତ କାଟ ସମସ୍ୟାକୁ ମୁଖ୍ୟ ଶାସନ ସଚିବ ଗମ୍ଭୀରତା ସହ ନେଇ ସମଧାନ ପାଇଁ କାମ କରୁଛନ୍ତି । ବିତରଣ କମ୍ପାନୀ ବିପର୍ଯୟ ରିକଭରି ପ୍ଲାନ ଭଲ ଭାବେ କରିନାହାନ୍ତି କି ଟେଷ୍ଟ ବି କରିନାହାନ୍ତି। ଏହା ତାଙ୍କ ପାଇଁ ଶିକ୍ଷା ହେବା କଥା। ଫଳରେ ବଡ଼ ଧରଣର ସମସ୍ୟା ଆସିଲେ, ସେମାନେ କେବେ ସୁଦ୍ଧା କରେଣ୍ଟ ଆସିବ ସେନେଇ କହିପାରିବେ। ଏହା ଭଲ ବିଜନେସ କଣ୍ଟିନ୍ୟୁଟି ପ୍ଲାନ ବୋଲି ଅମର ପଟ୍ଟନାୟକ କହିଛନ୍ତି ।

ଯେତେ ଭିତିଭୂମି କଲେ ବି, ପ୍ରାକୃତିକ ବିପର୍ଯୟ ବେଳେ ବାଧାପ୍ରାପ୍ତ ହେବ । ତେଣୁ ବ୍ୟାକ୍ ଅପ ପ୍ରସ୍ତୁତ ରଖିବା କଥା । ତାକୁ ଭଲ ଭାବେ ଟେଷ୍ଟିଙ୍ଗ କରି କାମ କରିବା ଦରକାର । ଏହା ଏକ ପ୍ରୋଟୋକାଲ, ତେବେ ବିତରଣ କମ୍ପାନୀ ଏହା କରିନାହାନ୍ତି । ହସ୍ପିଟାଲରେ ବି କରେଣ୍ଟ ଯାଉଛି । ହେଲେ ବଡ଼ ଧରଣର କିଛି ହେଲେ, ସେମାନଙ୍କ ପାଖରେ ପ୍ଲାନ ରହିବା ଦରକାର । ବିଦେଶରେ ଲୋକଙ୍କୁ କୁହାଯାଏ କେବେ ସୁଦ୍ଧା କରେଣ୍ଟ ଆସିବ । ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ଏହାର ସମାଧାନ ହେବ ବୋଲି କହିଛନ୍ତି ଅମର ପଟ୍ଟନାୟକ ।