କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

1 min read

ଭୁବନେଶ୍ୱର: ରାଜ୍ୟର ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଚିଠିରେ ଉଲ୍ଲେଖ କରିଛନ୍ତି, ଏବେ ବି ରାଜ୍ୟର ୬ ଜିଲ୍ଲାକୁ ଛୁଇଁନି ରେଳ ଲାଇନ । ଗତ ୪ ବର୍ଷ ହେଲା ଭୁବନେଶ୍ବର ରେଳ ଷ୍ଟେସନ ବିକାଶ କାମ ସରୁନି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଅର୍ଥ ଓ ଜମି ଯୋଗାଇ ଦେଇଛନ୍ତି । ସବୁ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନେଇ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିବାକୁ ଅମର ଚିଠି ଲେଖି ଦାବି କରିଛନ୍ତି ।

୨୦୧୬ରୁ ପୁରୀ-କୋଣାର୍କ ରେଳ ପଥ ନିର୍ମାଣ କାମ ସରୁନି । ୨୦୧୭-୧୮ରୁ ଗୁଣୁପୁର-ଥେରୁଭାଲି ପ୍ରକଳ୍ପ କାମ ବି ସରୁନି । ଶୀତଳାପଲ୍ଲୀ ୱାଗନ କାରଖାନା କାମ ଏଯାଏଁ ଆରମ୍ଭ ହୋଇପାରିଲାନି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ମଧ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଏସବୁ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଗଲେ ଓଡ଼ିଶା ଲାଭବାନ ହେବ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

Leave a Reply