spot_img

Latest Posts

ବନ୍ଦ ହେଲା ଅମରନାଥ ଯାତ୍ରା, ଦୁଇ ଦିନ ପୂର୍ବ ଅଘଟଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଶ୍ରୀନଗର: ବନ୍ଦ ହେଲା ଅମରନାଥ ଯାତ୍ରା ।  ଦୁଇ ଦିନ ପୂର୍ବରୁ ବାଦଲ ଫଟା ବର୍ଷାରେ ଅଘଟଣ ଯୋଗୁଁ ଜମ୍ମୁ- କଶ୍ମୀର ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅସ୍ଥାୟୀ ରୂପରେ ଅମରନାଥ ଯାତ୍ରା ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଏଠାରେ ଥିବା ଶ୍ରଦ୍ଧାଳୁ ମାନେ ପୁନର୍ବାର ଯାତ୍ରା  ଆରମ୍ଭ ହେବା ପାଇଁ ଅପେକ୍ଷା କରିଛନ୍ତି ।

ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡରେ ମଧ୍ୟ କେଦାରନାଥ ଯାତ୍ରାକୁ ସ୍ଥଗିତ କରି ଦିଆଯାଇଛି । ସେଠାରେ ମଧ୍ୟ ଭୀଷଣ ବର୍ଷା ଏବଂ ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁଁ ଅଘଟଣ ଘଟଣାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଅମରନାଥ ରେସ୍କ୍ୟୁ ଅପରେସନ ରାତି ସାରା ଜାରି ରହିଥିଲା ।ହେଲେ ଆଉ କୌଣସି ଶବ ମିଳିନଥିଲା ।

ଶୁକ୍ରବାର ସନ୍ଧ୍ୟାରେ ଅମରନାଥ ଯାତ୍ରା ସମୟରେ ବାଦଲ ଫଟା ବର୍ଷା ସହ ପାହାଡ଼ରୁ ଦ୍ରୁତଗତିରେ ପାଣି ମାଡ଼ିଥିଲା । ଏହି ଘଟଣାରେ ୧୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ୬୩ ଶ୍ରଦ୍ଧାଳୁ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ମୋଟ ୨୮ଜଣଙ୍କୁ ସଙ୍ଗେସଙ୍ଗେ ଡ୍ରେସିଙ୍ଗ ସେଣ୍ଟର ନୀଲାଗରାର ପଠାଇ ଦିଆଯାଇଥିଲା ଏବଂ ୧୧ଜଣଙ୍କୁ ଚିକିତ୍ସା ପାଇଁ  ହେଲିକପ୍ଟର ଜରିଆରେ ସିକିମ୍ ଶ୍ରୀନଗର ନିଆଯାଇଥିଲା । ୧୫ଜଣଙ୍କ ମୃତକଙ୍କୁ ପବିତ୍ର ଗୁମ୍ଫାରୁ ନୀଲାଗରାର ନିଆଯାଇଛି ।

 

 

Latest Posts

Don't Miss