ଆମ୍ବୁଲାନ୍ସ ଆସିଲାନି ବୋଲି ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ବାଲିଗୁଡ଼ା: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ୩ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ତୁମୁଡ଼ିବନ୍ଧ ବ୍ଲକ ଗୁମା ପଞ୍ଚାୟତର ସୁସାଭଟା ଗାଁରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଗାଁର କୃଷ୍ଣ ମାଝୀଙ୍କ ସ୍ତ୍ରୀ ନିୟମ ଦେଇ ମାଝୀଙ୍କ ପ୍ରସବ ବେଦନା ହୋଇଥିଲା ।

ଏନେଇ ସ୍ଥାନୀୟ ଆଶାକର୍ମୀ କମଳା ନାୟକ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଖରାପ ଥିବା ବେଳେ ଅନ୍ୟଟି ରୋଗୀ ଆଣିବାକୁ ଅନ୍ୟତ୍ର ଯାଇଥିବା କୁହାଯାଇଥିଲା । ପରେ ଏକ ଅଟୋ ଯୋଗେ ଗର୍ଭବତୀଙ୍କୁ ତୁମୁଡ଼ିବନ୍ଧ ମେଡିକାଲକୁ ଅଣାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି ।

Leave a Reply