ଆମେରିକା ବିଶେଷଜ୍ଞଙ୍କ ଦାବି ଶୁଣିଲେ ଉଡ଼ିଯିବ ହୋସ୍, ବିଶ୍ୱରେ ସମସ୍ତେ କରୋନା ସଂକ୍ରମିତ !

1 min read

 ନୂଆଦିଲ୍ଳୀ:  କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣର ଷ୍ଟାଟେଷ୍କିକ୍ ପ୍ରତିଦିନ୍ ଦେଉଛି ନୂଆ ଝଟକା । ଭାରତରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ପାର କରି ୪ ଲକ୍ଷ ଛୁଇଁବ ଛୁଇଁବ ହେଉଛି । ଅମ୍ଲଜାନ ପାଇଁ ଦେଶରେ ସୃଷ୍ଟି ହୋଇଛି ହାହାକାର । ଆଗରୁ ଅକ୍ସିଜେନ୍ ମହଜୁଦ କରିବାକୁ ଭୁଲି ଯାଇଥିବା ନେତା ଏବେ ପଲିଟିକାଲ ବ୍ଲେମ୍ ଗେମରେ ମାତିଛନ୍ତି । ଏଣେ ଆମେରିକାରୁ ଆସୁଥିବା ରିପୋର୍ଟ ଖାଲି ଭାରତ ପାଇଁ ନୁହେଁ ପୁରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଜଣେ ବିଶେଷଜ୍ଞଙ୍କ ଦାବିକୁ ଯଦି ବିଶ୍ୱାସ କରାଯାଏ ତେବେ ଆପଣଙ୍କ ଆଖି ଆଗରେ ଯିଏ ବି ପଡୁଛନ୍ତି ସିଏ ସଂକ୍ରମିତ । ଘର ବାହାରେ ଆପଣ ଯାହା ସହିତ ମିଶୁଛନ୍ତି ସିଏ ସଂକ୍ରମିତ । ଅର୍ଥାତ ଭାରତରେ ସମସ୍ତେ ସଂକ୍ରମିତ । ସେହି ନ୍ୟାୟରେ ଓଡ଼ିଶାରେ ମଧ୍ୟ ସମସ୍ତେ ସଂକ୍ରମିତ । ଏମିତି କହି ଆମେ ଆପଣଙ୍କୁ ଡରାଇବାକୁ ଚାହୁଁ ନାହୁଁ,ବାସ୍ ଏତିକି କହିବାକୁ ଚାହୁଁଛୁ ଯେ, ହେବାକୁ ଗଲେ କିଛି ମଧ୍ୟ ହୋଇପାରେ । ତେଣୁ ସତର୍କ ରହିବା ଜରୁରୀ ।

ଆମେରିକାର କୋରୋଲାଡୋ ବିଶ୍ୱବିଦ୍ୟାଳୟ ଓ କୋଅପରେଟିଭ୍ ଇନଷ୍ଟିଚ୍ୟୁଟ୍ ଫର ରିସର୍ଚ୍ଚ ଇନ୍ ଏନଭୟାରମେଣ୍ଟାଲ ସାଇନସେସ୍-CIRES ଆଶଙ୍କା କରୁଛି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱର ସମସ୍ତେ ସଂକ୍ରମିତ ହୋଇ ସାରିଛନ୍ତି । ଗବେଷକଙ୍କ ଅନୁସାରେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଲୋକ ଅଧିକ ସଂଖ୍ୟାରେ ଓ ଶୀଘ୍ର ସଂକ୍ରମିତ ହେଉଛନ୍ତି । ଏଥର ସଂକ୍ରମଣର ବିଶେଷତା ହେଉଛି ଏହା ପ୍ରି-ସିମ୍ପଟୋମେଟିକ୍ ବା ସଂକ୍ରମିତଙ୍କ ଠାରେ ପୂର୍ବ ଲକ୍ଷଣ ଦେଖିବାକୁ ମିଳୁନାହିଁ । ପ୍ରି-ସିମ୍ପଟୋମେଟିକ୍ ସଂକ୍ରମିତଙ୍କ ଅଧିକ ସଂଖ୍ୟା ଚିନ୍ତାର କାରଣ ହୋଇଛି । ଆମେରିକୀୟ ବିଶେଷଜ୍ଞଙ୍କ କହିବା ହେଉଛି ଯେହେତୁ ୬୦ ପ୍ରତିଶତ ମାମଲା ପ୍ରି-ସିମ୍ପଟୋମେଟିକ୍ ତେଣୁ ଏହି ହିସାବରେ ସମସ୍ତେ ସଂକ୍ରମିତ ।

CIRESର ଜୋସ୍ ଲୁଇସ ଜିମିନେଜ୍ ସେହି ୬ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କ ଆକଳନ ରିପୋର୍ଟ ନିକଟରେ ମେଡିକାଲ ଜର୍ଣ୍ଣାଲ ଲେସେଣ୍ଟରେ ପ୍ରକାଶିତ ହୋଇଥିଲା । ଯେଉଁଥିରେ କରୋନା ପବନରେ ବ୍ୟାପୁଥିବା ଦାବି କରାଯାଉଥିଲା । ଜିମିନେଜଙ୍କ ଅନୁସାରେ ପ୍ରି-ସିମ୍ପଟୋମେଟିକ୍ ସେହି ମାନେ,ଯେଉଁମାନେ ଭାଇରସକୁ ପ୍ରସାରିତ କରିଥାନ୍ତି କିନ୍ତୁ ଜାଣିନଥାନ୍ତି ଯେ,ସେମାନେ ନିଜ ସଂକ୍ରମିତ । କେବଳ ଏତିକି ନୁହେଁ,ଅନ୍ୟମାନେ ମଧ୍ୟ ଜାଣି ପାରନ୍ତି ନାହିଁ ଯେ,ସେମାନଙ୍କ ପାଖରେ ଥିବା ବ୍ୟକ୍ତି ସଂକ୍ରମିତ ।

ପ୍ରି-ସିମ୍ପଟୋମେଟିକ୍ ସଂକ୍ରମିତ କ’ଣ ?

ଜିମିନେଜ୍ କୁହନ୍ତି ଯେ, ଏଭଳି ସଂକ୍ରମିତ ବ୍ୟକ୍ତି ନା କାଶନ୍ତି ନା ଛିକନ୍ତି । ଏମାନେ ପୂର୍ବଭଳି ସାମାନ୍ୟ ଜୀବନ ଜିଅନ୍ତି । ସେମାନେ କାମ କରୁଛନ୍ତି,ଅଫିସକୁ ଯାଉଛନ୍ତି । ନିଜ ପରିବର ସହ ସମୟ ବିତାଉଛନ୍ତି ଓ ବଜାରକୁ ଯାଇ ମାର୍କେଟିଂ କରିବା ସହିତ କରୋନା ବାଣ୍ଟୁଛନ୍ତି । ଏହିଭଳି ବ୍ୟକ୍ତିଙ୍କ ଠାରେ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳେ ନାହିଁ କିନ୍ତୁ ଭବିଷ୍ୟତରେ ଲକ୍ଷଣ ଦୃଷ୍ଟିଗୋଚର ହେବ । ଜିମିନେଜ୍ ଙ୍କ ଅନୁଯାୟୀ ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଏକମାତ୍ର ରାସ୍ତା ରହିଛି,ଆଉ ତାହା ହେଉଛି- ଆପଣଙ୍କ ଆଖି ଆଗକୁ ଯିଏ ଆସିବ ସିଏ ସଂକ୍ରମିତ ବୋଲି ଧରିନିଅନ୍ତୁ ।

ତିନି କାରଣରୁ ମହାମାରୀ

ଜିମିନେଜ୍ କୁହନ୍ତି ଯେ, ତିନୋଟି କାରଣ ପାଇଁ ଆମେ ମହାମାରୀ ଫେଜ୍ ଭିତରେ ଅଛେ । ପ୍ରଥମତଃ ଆମ ମଧ୍ୟରୁ କାହାରି ପାଖରେ ଏହା ବିରୋଧରେ ପ୍ରତିରୋଧକ କ୍ଷମତା ନାହିଁ । ଦ୍ୱିତୀୟତଃ ଏହା ପବନରେ ବ୍ୟାପୁଛି । ତେଣୁ ସହଜରେ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି । ସର୍ବଶେଷ କାରଣ ହେଉଛି ବିନା ଲକ୍ଷଣ ବା ପ୍ରିସିମ୍ପଟୋମେଟିକ ବ୍ୟକ୍ତିଙ୍କ ଦ୍ୱାରା ଏହା ପ୍ରସାରିତ ହେଉଛି ।

କ’ଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରି-ସିମ୍ପଟୋମେଟିକ୍ ସଂକ୍ରମଣ ?

ସାର୍ସ-୧ ଓ ସାର୍ସ-୨ ମହାମାରୀରେ ଦୁଇଟି ସମାନତା ରହିଛି । ୨୦୦୩ରେ ଆସିଥିବା ସାର୍ସ-୧ କୋଭିଡ୍ ମଧ୍ୟ ପବନ ଦ୍ୱାରା ବ୍ୟାପୁଥିଲା ଓ ଏହା ବିରୋଧରେ ଆମ ପାଖରେ ରୋଗ ପ୍ରତିରୋଧକ କ୍ଷମତା ନଥିଲା । କିନ୍ତୁ ଗୋଟିଏ କାରଣ ପାଇଁ ଏହା କରୋନା ଭଳି ବ୍ୟାପକ ହୋଇନଥିଲା । ଆଉ ତାହା ହେଉଛି କେବଳ ଗମ୍ଭୀର ସାର୍ସ ରୋଗୀ ହିଁ ଅନ୍ୟକୁ ସଂକ୍ରମିତ କରି ପାରୁଥିଲେ । ଯେଉଁମାନେ ଗମ୍ଭୀର ଭାବେ ସଂକ୍ରମିତ ହେଉଥିଲେ ସେମାନଙ୍କୁ ଚିହ୍ନଟ କରିବା ସହଜ ଥିଲା । ଫଳରେ ସେତେବେଳେ ଗମ୍ଭୀର ରୋଗୀଙ୍କୁ ସେତେବେଳ ଆଇସୋଲେଟ୍ କରି ସାର୍ସ-୧କୁ ଗମ୍ଭୀର ସଂକଟ ହେବାକୁ ରୋକା ଯାଇ ପାରିଥିଲା । ଅନ୍ୟପକ୍ଷରେ ସେତେବେଳେ ପୃଥିବୀରେ ମାତ୍ର ୯ ହଜାର ସାର୍ସ୍ ମାମଲା ଥିଲା । ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିରେ । କମ ସଂକ୍ରମିତ ବ୍ୟକ୍ତି କିମ୍ବା ଲକ୍ଷଣ ନଥିବା ସଂକ୍ରମିତ ବି ଅଧିକ ସଂଖ୍ୟାରେ ଅନ୍ୟଙ୍କୁ ସଂକ୍ରମିତ କରି ପାରୁଛନ୍ତି । ତେଣୁ ଏହା ବଡ ବିପଦ ଭାବେ ଉଭା ହୋଇଛି ।

ଜିମିନେଜ୍ ସେହି ବ୍ୟକ୍ତି ଯିଏ ଆରମ୍ଭରୁ କହି ଆସୁଛନ୍ତି ଯେ,କରୋନା ବାୟୁ ପ୍ରବାହିତ ଭୂତାଣୁ । ତେବେ ତାଙ୍କ ଦାବିକୁ ସିଧା ସଳଖ ପ୍ରତ୍ୟାଖାନ କରାଯାଇ ପାରିବ ନାହିଁ କି ଗ୍ରହଣ ମଧ୍ୟ କରାଯାଇ ପାରିବ ନାହିଁ । କାହିଁକିନା,କୋଭିଡ୍-୧୯ ବାୟୁ ବାରମ୍ବାର ନିଜ ରୂପ ବଦଳାଉଛି ।

Leave a Reply