spot_img

Latest Posts

ଆମେରିକା ବିମାନ ଦୁର୍ଘଟଣା : ମିଳିଲାଣି ୧୯ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମିଳିଲାଣି ୧୯ ମୃତଦେହ। ନଦୀକୁ ଖସିଥିବା ବିମାନରୁ ମୃତଦେହ ଉଦ୍ଧାର କରାଯାଇଛି। ୱାସିଂଟନ ଡିସିରେ ଘଟିଛି ଏ ବିମାନ ଦୁର୍ଘଟଣା। ଏକ ସାମରିକ ହେଲିକପ୍ଟର ସହ ବିମାନର ମଝି ଆକାଶରେ ଧକ୍କା ହୋଇଥିଲା। ଧକ୍କା ପରେ ବିମାନଟି ପୋଟମେକ୍ ନଦୀକୁ ଖସି ପଡିଥିଲା। ବିମାନକୁ ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରାଇଥିଲେ। ବିମାନରେ ୬୦ ଜଣ ଯାତ୍ରୀ ଥିବା ଜଣାପଡିଛି। ନଦୀ ଭିତରୁ ଶବ ଗୁଡିକୁ ଉଦ୍ଧାର କରାଯାଇଛି। ଏବେବି ପୋଟମେକ୍ ନଦୀରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଫାୟାର ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ଯାତ୍ରୀବାହୀ ବିମାନଟି ଅବତରଣ କରିବା ସମୟରେ ସାମରିକ ହେଲିକପ୍ଟର ସହ ଧକ୍କା ହୋଇଥିଲା। ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଡିସି ଆସୁଥିଲା।  ଆମେରିକା ହ୍ଵାଇଟ ହାଉସ ଠାରୁ ୫ କିମି ଦୂର ଆକାଶ ଉପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁସଂଖ୍ଯା ଆହୁରି ଅଧିକ ହେବା ଆଶଂକା କରାଯାଉଛି।

Latest Posts

Don't Miss