ଭାରତରେ କଣ ନିର୍ମାଣ ହୋଇପାରିବ ଏମିତି ଓ୍ବେବ ସିରିଜ୍ ? ଜାଣନ୍ତୁ କଣ କହିଲେ ଅମୀର ଖାନ

ନନ୍ଦିଘୋଷ ବ୍ୟୁରୋ: ଗେମ୍ ଅଫ୍ ଷ୍ଟ୍ରୋନ୍ସ । ବେଶ ଜଣାଶୁଣା ଏହି ଓ୍ବେବ ସିରିଜ । ଦର୍ଶକେ ଏହାକୁ ବେଶ ଭଲ ପାଇବା ଦେଇଛନ୍ତି । ତେବେ ଭାରତରେ କଣ ଏଭଳି ଏକ ଓ୍ବେବ ସିରିଜ ନିର୍ମାଣ କରାଯାଇପରିବ କି ? ଏକ ପୋଡକାଷ୍ଟରେ ଯୋଗ ଦେଇଥିବା ଅମୀର ଖାନଙ୍କୁ ଏଭଳି ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ଅମୀର ଖାନ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି କି, ନା ସେମିତି କିଛି ନାହିଁ । ଏହା ଏକ ଭଲ କଣ୍ଟେନ ଏବଂ ଲମ୍ବା ଧାରାବାହିକ । ଯଦି ଆପଣଙ୍କର ନିଜର ୟ୍ୟୁଟୁବ ଅଛି ତାହେଲେ ଏଭଳି ବଡ଼ କଣ୍ଟେନ ଅପଲୋଡ କରିପାରିବେ । କିନ୍ତୁ ଏବେ କମ ସମୟର କଣ୍ଟେନ ଅପଲୋଡ ହେଉଛି । ଦର୍ଶକେ ଏହାକୁ ଦେଖିବାକୁ ବେଶି ଭଲ ପାଉଛନ୍ତି ।
ସେପଟେ ଅମୀର ଖାନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ ନୂଆ ଫିଲ୍ମ କୁଲି ଆସୁଛି । ହାଇ ବଜେଟ ଫିଲ୍ମରେ ରଜନୀକାନ୍ତ, ନାଗାର୍ଜୁନଙ୍କ ସହ ଅମୀର ଖାନ ମଧ୍ୟ ନଜର ଆସୁଛନ୍ତି । ତେବେ ଏହି ଫିଲ୍ମ ତିନି ସୁପରଷ୍ଟାର ନଜର ଆସୁଥିବାବେଳେ ବ୍ୟବସାୟ ଭଲ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା । ସେପଟେ ଓ୍ବାର ଟୁ ରିଲିଜ ହେବାକୁ ଥିବାବେଳେ କୁଲି ସହ ଟକ୍କର ହେବ ।