spot_img

Latest Posts

କେଜ୍ରିଓ୍ୱାଲଙ୍କ ସହ ଅମିତ ଶାହଙ୍କ ବୈଠକ: ଦିଲ୍ଳୀରେ କୋଭିଡ ସ୍ଥତିର କରିବେ ସମୀକ୍ଷା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦିଲ୍ଲୀରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏ ନେଇ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ଶ୍ରୀ ଶାହ ।

          ଗତ ବୁଧବାର ଦିଲ୍ଲୀରେ ମୋଟ ୮ ହଜାର ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସର୍ବାଧିକ ଦିନକିଆ ସଂକ୍ରମଣ ଥିଲା । ସେ ଦିନ ମଧ୍ୟ ୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ନଭେମ୍ୱର ୧୨ ତାରିଖରେ ମୃତ୍ୟୁ ସଂଖ୍ୟା ଥିଲା ୧୦୪ । ଯାହା ପାଞ୍ଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

          ଶୀତ ଦିନରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହାରି ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ସନ୍ଧ୍ୟା ୫ଟାରେ ଶାହା ଦିଲ୍ଲୀସ୍ଥିତ ଗୃହ ବ୍ୟାପାର ମନ୍ତ୍ରାଳୟର ନର୍ଥ ବ୍ଲକ୍‌ରେ ଏକ ବୈଠକର ଆୟୋଜନ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜାଲ୍‌, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

Latest Posts

Don't Miss