ଏବେ ବି ନାଗରିକଙ୍କ ସ୍ୱାଧିନତା ଉପରେ ପ୍ରଶ୍ନ ଉଠାଯାଉଛି: ଅମିତାଭ ବଚ୍ଚନ

କୋଲକାତା: କୋଲକାତାରେ ଆଜି ଆରମ୍ଭ ହୋଇଥିବା ଫିଲ୍ମ ଫେଷ୍ଟିଭାଲରେ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ । ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ତାଙ୍କୁ ସମ୍ମାନୀତ କରିଥିଲେ । ମମତା ଏହି ସମୟରେ ଅମିତାଭଙ୍କୁ ପ୍ରଶଂସା କରିଥିଲେ । ଅମିତାଭ ବଚ୍ଚନ ନିଜ ଭାଷଣରେ ସିନେମାର ଇଭଲ୍ୟୁସନଠୁ ନେଇ ବାକ୍ ସ୍ୱାଧିନତା ପର୍ଯ୍ୟନ୍ତ ଉପରେ କହିଥିଲେ ।

ଅମିତାଭ କହିଥିଲେ ଯେ, ୧୯୫୨ ମସିହାରେ ସିନେମାଟୋଗ୍ରାଫର ଅଧିନିୟମ ସେନସରସିପ୍ ରୂପରେଖ ପ୍ରସ୍ତୁତ କରିଥିଲା । ଯାହା ଆଜି ବି ଫିଲ୍ମ ପ୍ରମାଣନ ବୋର୍ଡ ଦ୍ୱାରା ବଳବତ୍ତର ରହିଛି । ହେଲେ ନାଗରିକ ସ୍ୱାଧିନତା ଏବଂ ବାକ୍ ସ୍ୱାଧିନତା ନେଇ ଏବେ ବି ପ୍ରଶ୍ନ ଉଠୁଛି । ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ମାନେ ମଧ୍ୟ ଏହି କଥାରେ ଏକମତ ହେବେ । ମେଗାଷ୍ଟାର ଅମିତାଭ ଆଗକୁ କହିଥିଲେ ଯେ, ପ୍ରାରମ୍ଭିକ ସମୟଠୁ ନେଇ ଏପର୍ଯ୍ୟନ୍ତ କଣ୍ଟେଣ୍ଟରେ ପରିବର୍ତ୍ତନ ଆସିଛି । ଏବେ ଅଲଗା ପ୍ରକାରର ସବଜେକ୍ଟ ଅଛି ।

ପୌରାଣିକ ଫିଲ୍ମଠୁ ନେଇ ଆର୍ଟ ହାଉସ୍, ଆଙ୍ଗ୍ରି ୟଙ୍ଗମ୍ୟାନ ଏବଂ କାଳ୍ପନିକ ଅନ୍ଧ୍ରରାଷ୍ଟ୍ରବାଦ ଏବଂ ମୋରାଲ ପୁଲିସିଙ୍ଗରେ ଡୁବିଥିବା ଐତିହାସିକର ବର୍ତ୍ତମାନ ବ୍ରାଣ୍ଡ ଭଳି ଅନେକ ସବଜେକ୍ଟ ଅଛି । ଏହି ସବୁ ବିଷୟରେ ଦର୍ଶକ ସିଙ୍ଗିଲ ସ୍କ୍ରିନ ଏବଂ ଓଟିଟି ମାଧ୍ୟମରେ ରାଜନୀତି ଏବଂ ସାମାଜିକ ପ୍ରସଙ୍ଗ ଉପରେ ବିଚାର ରଖିଥାନ୍ତି । ଆମେ ଦର୍ଶକଙ୍କୁ ହାଲୁକାରେ ନେଇପାରିବା ନାହିଁ । ଦର୍ଶକଙ୍କ ପାଖରେ ଏବେ ସବୁ ପ୍ରକାରର କଣ୍ଟେଣ୍ଟ ରହିଥାଏ । ସେ ଏହାକୁ କେଉଁଠାରେ ଦେଖିବାକୁ ଚାହୁଁଛନ୍ତି, ଏହା ତାଙ୍କର ଇଚ୍ଛା । ଅମିତାଭ ବଚ୍ଚନ ଏହି କଥା ସେ ସମୟରେ କହିଛନ୍ତି ଯେବେ ଶାହରୁଖଙ୍କ ଫିଲ୍ମ ପଠାନକୁ ନେଇ ବିବାଦ ଜାରି ରହିଛି ।