ଦୀଘା ଓ ହାତୀୟା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଉତ୍ତର ଓଡ଼ିଶା ହେବ ପ୍ରଭାବିତ…

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ଅମ୍ଫାନ୍‌ । ପାରାଦୀପଠାରୁ ୯୬୦ କିଲୋମିଟର ଦୂରରେ ଏହା ରହିଛି।  ଗତ ୬ ଘଣ୍ଟାରେ ଘଣ୍ଟାକୁ ୫ କିଲୋମିଟର ବେଗରେ ଏହା ଗତି କରୁଛି । ଆଗାମୀ ୨୪ଘଣ୍ଟାରେ ଏହା ତୀବ୍ରତର ହେବ । ଆସନ୍ତା ୧୨ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ଅମ୍ଫାନ । ଆଜି ସଂଧ୍ୟା ସୁଦ୍ଧା ରିକର୍ଭ ହେବାର ଥିଲା । ତେବେ ଏଥିପାଇଁ ଆହୁରି ୧୨ ଘଣ୍ଟା ସମୟ ଲାଗିପାରେ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ପଶ୍ଚିମବଙ୍ଗ ଦିଘାରୁ ବାଂଲାଦେଶ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଏହାର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେଉଛି । ଯେତେବେଳେ ଏହା ସ୍ଥଳଭାଗ ଛୁଇଁବ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିବ। ଆସନ୍ତାକାଲି ମଧ୍ୟରାତ୍ରୀରୁ ୧୯ ତାରିଖ ଦିନ ସମୁଦ୍ର ମଧ୍ୟରେ ଏକ୍ସଟ୍ରିମ୍‌ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ହୋଇ ରହିବ । ଆସନ୍ତାକାଲି ସଂଧ୍ୟାରୁ କୋଷ୍ଟାଲ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ। ୨୦ରେ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ ।

୧୮ ତାରିଖରେ ପବନ ବେଗ ଘଣ୍ଟାକୁ ୪୫ରୁ ୫୫ କିମି ରହିବ । ୧୯ରେ ଏହା ୭୫ରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ। ୨୦ ତାରିଖରେ ଏହାର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୩୫ କିଲୋମିଟର ଯାଏଁ ହେବା ସମ୍ଭାବନା ରହିଛି । ଓଡ୍ରାଫର ୧୫ଟି ଟିମ୍‌ ଓ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍‌କୁ ପ୍ରଭାବିତ ଜିଲ୍ଲାରେ ମୁତୟନ କରାଯାଇଛି । ଆଗକୁ ଆହୁରି କରାଯିବା ଲାଗି ବ୍ୟବସ୍ଥା କରାଯାଉଠି । ଅତ୍ୟାବଶ୍ୟକ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତେଣୁ ଲୋକଙ୍କୁ ଭୟଭୀତ ନହବୋକୁ ଏସଆରସି ପରାମର୍ଶ ଦେଇଛନ୍ତି।

Leave a Reply