spot_img

Latest Posts

ଋଷର ଇଭାନୋଭୋରେ ପ୍ରତିରକ୍ଷା ବିଭାଗ ପ୍ଲେନ କ୍ରାସ୍, ୭ କ୍ରୁ-ମେମ୍ବରଙ୍କ ଖୋଜଖବର ନାହିଁ

ଋଷର ଇଭାନୋଭୋରେ ପ୍ରତିରକ୍ଷା ବିଭାଗ ପ୍ଲେନ କ୍ରାସ୍, ୭ କ୍ରୁ-ମେମ୍ବରଙ୍କ ଖୋଜଖବର ନାହିଁ

ନନ୍ଦିଘୋଷ ବ୍ୟୁରୋ: ଋଷର ଇଭାନୋଭୋ ଅଞ୍ଚଳରେ An-22 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମ୍ଭିକ ତଥ୍ୟରୁ ଏହା ଋଷ ପ୍ରତିରକ୍ଷା ବିଭାଗର ବିମାନ ବୋଲି ଜଣାପଡ଼ିଛି । ଏଥିରେ ପାଇଲଟଙ୍କ ସମେତ ଚାଳକ ଦଳର ୭ ସଦସ୍ୟ ଥିଲେ । ଇଭାନୋଭୋ ଋଷର ଏକ ପଡ଼ ସହର ହୋଇଥିବା ବେଳେ ମସ୍କୋଠାରୁ ୩୨୧ କିମି ଉତ୍ତର ପୂର୍ବରେ ଅବସ୍ଥିତ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କ୍ରୁ ମେମ୍ବରଙ୍କୁ ନେଇ କୌଣସି ସୂଚନା ମିଳିପାରିନି ।

An-22 ବିଶ୍ବର ସବୁଠାରୁ ବଡ଼ ଟର୍ବୋପ୍ରପ ବିମାନ । ଏପରି ବିମାନ ଇନ୍ଧନ ବଞ୍ଚାଇଥାନ୍ତି । ଏହା ଅଧିକ ଓଜନ ନେବାକୁ ସକ୍ଷମ । ବିଶେଷ କରି ଡୋମେଷ୍ଟିକ ଫ୍ଲାଇଟ, କାର୍ଗୋ ଓ ମିଲିଟାରୀ ଟ୍ରାନ୍ସପୋର୍ଟରେ ବ୍ୟବହାର ହୋଇଥାଏ । ATR-72 ଓ Dash-8 ମଧ୍ୟ ଟର୍ବୋପ୍ରପ ବିମାନ । An-22 ବିମାନ ୧୯୬୦ ଦଶକରେ କିବରେ ଓ.କେ. ଏନ୍ତୋନବ ଏରୋନଟିକାଲ ସାଇଣ୍ଟିଫିକ ଆଣ୍ଡ ଟେକ୍ନିକାଲ କମ୍ପ୍ଲେକ୍ସ ବନାଇଥିଲା । ଏହି ବିମାନ ୬୦ ଟନ୍ ପର୍ଯ୍ୟନ ଓଜନ, ୨୯୦ ସୈନିକ କିମ୍ବା ୧୫୦ ପାରା ଟ୍ରୁପର୍ସ ନେବାକୁ ସକ୍ଷମ ।

ସେପ୍ଟେମ୍ବର ଓ ନଭେମ୍ବର ବିମାନ ଦୁର୍ଘଟଣା

ଏହା ପୂର୍ବରୁ ସେପ୍ଟେମ୍ବର ୪ରେ ରିୟାଜାନ ଅଞ୍ଚଳରେ X-32 ବେକାସ ବିମାନ ଦୁର୍ଘଟଣା ହୋଇଥିଲା । ଏହି ହାଲକା ବିମାନ ଆଲେକଜାଣ୍ଡାର ନେଭସ୍କି ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ସେହିପରି ନଭେମ୍ବର ୨୫ରେ ଋଷ ଏୟାରଫୋର୍ସର Su-30 ଫାଇଟର ଜେଟ୍ କରେଲିଆରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାରେ ନୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

Latest Posts

Don't Miss