କେମିକାଲ ଫ୍ରି ସାନିଟାଇଜିଂ ମେସିନ ତିଆରି କଲେ ଓଡ଼ିଆ ଯୁବ ଇଞ୍ଜିନିୟର

1 min read

ଭୁବନେଶ୍ୱର: କରୋନା ଭାଇରସ  ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନା ଭାଇରସର ଭୟବହତା ଦେଖି ଏହାର ମୁକାବିଲା ପାଇଁ ଅନେକ ଦେଶ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି।  ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବ ଇଂଜିନୟର ଉତ୍ତମ କୁମାର ଆଚାର୍ଯ୍ୟ ତିଆରି କରିଛନ୍ତି କେମିକାଲ ଫ୍ରି ସାନିଟାଇଜିଂ ମେସିନ ।

ଯାହା ଦ୍ଵାରା ବିନା କୈାଣସି  କେମିକାଲ ବ୍ୟବହାର କରି ଷ୍ଟିମ୍‌ ମାଧ୍ୟମରେ ଆମ୍ବୁଲାନ୍ସ, ରାଜ୍ୟ ବାହାରୁ ଆସୁଥିବା ବସ, ହସ୍ପିଟାଲ ବେଡ୍‌, ସ୍କୁଟର ଓ ମଟର ସାଇକେଲ୍‌ ଆଦିକୁ ସାନିଟାଇଜ୍‌ କରାଯାଇପାରିବ ।

ଏହି  ସାନିଟାଇଜିଂ ମେସିନର ନାଁ ରହିଛି ‘ମୋ ଷ୍ଟିମ୍‌’। ଏହି ମେସିନକୁ ତିଆରି କରିବାକୁ ମାତ୍ର ୬ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମାତ୍ର ଜଣେ ଲୋକ ଏହାକୁ ପରିଚାଳିତ କରିପାରିବାର ବ୍ୟବସ୍ଥା କରାଯାଇଛି । ୧୨୦ ତାପମାତ୍ରା ଷ୍ଟିମ୍‌ ଦ୍ଵାରା ଏହା କୋଭିଡ-19 ଉପକରଣକୁ ସାନିଟାଇଜ କରିପାରୁଛି ।

ଖୁବ୍‌ କମ ଖର୍ଚ୍ଚରେ ତିଆରି ହୋଇଥିବା ଏହି ଉପକରଣ ଆଗାମୀ ଦିନରେ ବେଶ ଉପଯୋଗୀ ହେବ ବୋଲି ଯୁବ ଇଂଜିନିୟର ଉତ୍ତମ ଆଚାର୍ଯ୍ୟ ଦାବି କରିଛନ୍ତି।

Leave a Reply