ପହଲଗାମ ଆକ୍ରମଣ ପରେ ଝାଡ଼ଖଣ୍ଡର ଏହି ବ୍ୟକ୍ତି ଲେଖିଲେ ଥ୍ୟାଙ୍କ ୟୁ ପାକିସ୍ତାନ

ଜାମ୍ମୁ କାଶ୍ମୀର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ସମସ୍ତଙ୍କ ଆଖିରେ ଲୁହ ଥିଲାବେଳେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଏ ନେଇ ଖୁସି ଅଛନ୍ତି । ସେ ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି ଯାହା ଭାରତୀୟଙ୍କ ମନରେ କ୍ରୋଧ ସୃଷ୍ଟି କରିଛି ।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ମହମ୍ମଦ କାସିମ । ସେ ତାଙ୍କ ପୋଷ୍ଟରେ ପାକିସ୍ତାନ ଏବଂ ଲସ୍କର ଏ ତୋଏବାକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପୋଷ୍ଟ ଦେଖି ଭାରତୀୟ କ୍ରୋଧରେ ଜଳୁଛନ୍ତି । ପୋଷ୍ଟଟି ଉର୍ଦ୍ଦୁରେ ଲେଖାଯାଇଛି । ଏହି ପୋଷ୍ଟ ଉପରେ ପୋଲିସର ନଜର ଏ ଯାଏ ପଡ଼ିନାହିଁ । ବିଜେପି ଏହାକୁ ହେମନ୍ତ ସୋରେନ ସରକାରଙ୍କ ତୁଷ୍ଟିକରଣର ଫଳାଫଳ ବୋଲି କହୁଛି । ଏ ନେଇ ଝାଡ଼ଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ବ୍ୟକ୍ତିଙ୍କୁ ଶୀଘ୍ର ଧରାଯାଇ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟ ମନ୍ତ୍ରୀ ସିପି ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି । ଏପରି ମାନସିକତା ଭାରତ ପାଇଁ ବିପଦ ଏବେ କୋମଳତା ନୁହେଁ କଠୋରତା ଆବଶ୍ୟକ ବୋଲି ସେ କହିଛନ୍ତି ।