ନବୀନଙ୍କୁ ଜଗନଙ୍କ ଚିଠି, ନରେଡି ବ୍ୟାରେଜ ନିମନ୍ତେ ଲୋଡିଲେ ସହଯୋଗ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଓଡିଶାର ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିହା ବଂଶଧାରା ନଦୀର ନରେଡ଼ି  ବ୍ୟାରେଜ ନିମନ୍ତେ ଚିଠି ଲେଖିଛନ୍ତି ଜଗନମୋହନ । ଜଗନମୋହନ କହିଛନ୍ତି ବଂଶଧାରା ପ୍ରକଳ୍ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆଶା କରୁଛି । ଏହାକୁ ନେଇ ଥିବା ବିବାଦକୁ ବୁଝାମଣା ଜରିଆରେ ସମାଧାନ କରାଯାଉ । ଏବଂ ଜଳ ପ୍ରକଳ୍ପ ହେବା ଦ୍ବାରା ଉଭୟ ରାଜ୍ୟର ସୀମାନ୍ତ ଚାଷୀ ଉପକୃତ ହେବେ ବୋଲି ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

ଜଗନ ମୋହନ କହିଛନ୍ତି, ମୁଁ ଆଲୋଚନା ପାଇଁ ସକରାତ୍ମକ ରହିଛି । ଓଡିଶା ଯାଇ ଆଲୋଚନା କରିବାକୁ ମଧ୍ୟ ଆଗ୍ରହ ରହିଛି । ଏ ନିମନ୍ତେ ଓଡିଶା ସରକାରଙ୍କ ସହଯୋଗ ଆବଶ୍ୟକ । ବଂଶଧାରାରେ ଦ୍ବାରା ପ୍ରଭାହିତ ହେଉଥିବା ୭୦ ପ୍ରତିଶତ ଜଳ ନଷ୍ଟ ହେଉଛି । ଏହା ଚାଷୀଙ୍କ କାର୍ଯ୍ୟରେ ଉପଯୋଗ ହୋଇପାରୁନାହିଁ । ତେଣୁ ଏହାକୁ ଅଟକାଇ ଚାଷୀଙ୍କ ସ୍ବାର୍ଥରେ ବିନିଯୋଗ ପାଇଁ ଆନ୍ଧ୍ର ସରକାର ଆଗ୍ରହୀ ଅଛନ୍ତି ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ ।

ଏହି ପ୍ରୋଜେକ୍ଟ ପାଇଁ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯାଉ  । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଆନ୍ଧ୍ର ପ୍ରଦେଶ ବ୍ୟତୀତ ଓଡିଶାର ଗଜପତି ଜିଲ୍ଲାର ଚାଷୀ ମଧ୍ୟ ଲାଭ ପାଇବେ  । ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଦରକାର  । ନରେଡି ବ୍ୟାରେଜ କୁ ନେଇ ସୁପ୍ରିମ କୋର୍ଟରେ ମଧ୍ୟ ମାମଲା ରହିଛି  । ୨୦୧୭ ମସିହାରେ ଏନେଇ କେସ ହୋଇଛି  । ସେବେଠାରୁ ବ୍ୟାରେଜ କାର୍ଯ୍ୟ ବ୍ୟାହତ ଘଟିଛି  ।

Leave a Reply