spot_img

Latest Posts

୬୦ ମିଟର ଶାଢ଼ୀରେ ୧୩ଟି ଭାଷାରେ  ୧୩ ହଜାର ୨ ଶହ ଥର ଜୟ ଶ୍ରୀରାମ ଲେଖି ଚର୍ଚ୍ଚାରେ ବୁଣାକାର

ଧର୍ମାବରମ୍‌: ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ  ୩୨ ହଜାର ୨ ଶହ ଥର  ଜୟ ଶ୍ରୀରାମ ଲେଖିଛନ୍ତି ।  ଯେଉଁଥିରେ ତାଙ୍କର ଭଗବାନ ରାମଙ୍କ ପ୍ରତି ଥିବା ଭକ୍ତି ଏବଂ ପ୍ରେମ ନଜର ଆସିଛି ।

ଗଣମାଧ୍ୟମର ଖବର ଅନୁସାରେ ଏହି ଶାଢ଼ୀର ଲମ୍ବ ୬୦ ମିଟର ଏବଂ ପ୍ରସ୍ଥ ୪୪ ଇଞ୍ଚ । ଏଥିରେ ୧୨ ହଜାର ୨ ଶହ ଥର ଭକ୍ତିର ସହିତ ଲଖାଯାଇଛି ଜୟ ଶ୍ରୀରାମ । ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ଏହି  ରେଶମ ଶାଢ଼ୀକୁ ‘ରାମ କୋଟି ବସ୍ତ୍ରମ’ ନାମରେ ନାମିତ କରିଛନ୍ତି । ଶାଢ଼ୀରେ ଯେ କେବଳ ବିଭିନ୍ନ ଭାଷାରେ ସ୍ଲୋଗାନ ନୁହେଁ, ଶାଢ଼ିରେ ରାମାୟଣର ସୁନ୍ଦରକାଣ୍ଡ ସହିତ ପ୍ରଭୁ ରାମଙ୍କର ୧୬୮ଟି ଭିନ୍ନ ଚିତ୍ର ମଧ୍ୟ ବୁଣା ହୋଇଛି। କେବଳ ଶାଢ଼ୀଟି ସୁନ୍ଦର ଦେଖାଯାଉଛି ତାହା ନୁହେଁ ବରଂ  ସୁନ୍ଦରଖଣ୍ଡ ରାମାୟଣର ୧୬୮ଟି ଭିନ୍ନ ଭିନ୍ନ ଛବି ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।

ଉକ୍ତ ଶାଢ଼ୀକୁ ବୁଣିବାରେ କିଛି କମ୍‌ ପରିଶ୍ରମ କରିବାକୁ ପଡ଼ିନଥିଲା । ଏଥିପାଇଁ ଜୁଜାରୁଙ୍କୁ ୪ ମାସ ସମୟ ଲାଗିଥିଲା । ଏହା ସହିତ ଅର୍ଥରାଶି ମଧ୍ୟ ଯଥେଷ୍ଟ ଖର୍ଚ୍ଚ କରିବାକୁ ପଡ଼ିଛି । ତେବେ ୪ ମାସ ମଧ୍ୟରେ ସେ ଏହି ୧୬ କିଲୋଗ୍ରାମର ଶାଢ଼ୀ ତିଆରି କରିଛନ୍ତି । ଏହାକୁ ତିଆରି କରିବାରେ ଦୈନିକ ତିନି ଜଣ କାମରେ ନିୟୋଜିତ ହେଉଥିଲେ । ତେବେ ଅନନ୍ୟ ଶାଢ଼ୀଟିକୁ ତିଆରି କରିବା ପାଇଁ ବ୍ୟକ୍ତିଗତ ଭାବରେ ବୁଣାକାର ଜଣକ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କୁହନ୍ତି । ତେବେ ଏହାକୁ ବର୍ତ୍ତମାନ ସେ ଅଯୋଧ୍ୟା ରାମାଳୟମକୁ ଉପହାର ଦେବେ ।

Latest Posts

Don't Miss