ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନି ଆନ୍ଧ୍ର ଷ୍ଟ୍ରେନ୍‌, ସ୍ୱାସ୍ଥ୍ୟ ବିଭାଗ କହିଲା ଭୟଭୀତ ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୁର୍ବଳ ହେଉନଥିବା ବେଳେ ଏବେ ଚିନ୍ତା ବଢାଇଲା ନୂଆ ଷ୍ଟ୍ରେନ୍‌। ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛି ଏହି ନୂଆ ଷ୍ଟ୍ରେନ୍‌। ରାଜ୍ୟରେ କରୋନା ବଢ଼ୁଥିବା ସ୍ଥିତିରେ ନୂଆ ରୂପ ଏବେ ଲୋକଙ୍କ ମନରେ ଭୟ ଶ୍ରୁଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ଏଯାଏଁ ଆନ୍ଧ୍ର ଷ୍ଟ୍ରେନ ଚିହ୍ନଟ ହୋଇନି। ତେବେ ଏହାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି। ଆନ୍ଧ୍ରରେ ନୂଆ ରୂପ ଆସିବା ପରେ ଏବେ ୬ଟି ସୀମାବର୍ତ୍ତୀ ଜିଲ୍ଲାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ନିୟମ ଅନୁସାରେ ସାମ୍ପୁଲ ଟେଷ୍ଟ ହେଉଛି।

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଇଛନ୍ତି ଏସଆରସି। ଯେହେତୁ ପଡୋଶୀ ରାଜ୍ୟରେ ଚିହ୍ନଟ ହୋଇଛି ଓଡ଼ିଶା ଗୁରୁତର ସହ ନେଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ୧୫ ଗୁଣା ଅଧିକ ସଂକ୍ରାମକ ଏହି ଷ୍ଟ୍ରେନ୍‌। ବୈଜ୍ଞାନିକଙ୍କ ଦାବି ଅନୁସାରେ ଅଧିକ ବିପଦଜନକ ଏହି ନୂଆ ଷ୍ଟ୍ରେନ୍‌। ୩ରୁ ୪ ଦିନରେ କରୋନା ରୋଗୀ ଗୁରୁତର ହେଉଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ପୂର୍ବରୁ ଥିବା ଷ୍ଟ୍ରେନ୍‌ରୁ ବି ଏହା ଅଧିକ ଭୟଙ୍କର।

Leave a Reply