ଲକ୍ଷ୍ମଣଙ୍କ ଟ୍ୱିଟରୁ ଆବିଷ୍କାର ହେଲେ ଭୁବନେଶ୍ୱରର ଯାଯାବର ଦେବଦୂତ

1 min read

ରାତି କାଟିବାକୁ ନିଜର ବୋଲି ଚାଳିଆଟେ ନାହିଁ। ନିଜେ ଖାଇବାକୁ ପାଉନାହାନ୍ତି ଭଲକରି ଦୁଇମୁଠା ଭାତ। କିନ୍ତୁ ବୁଲା କୁକୁରଙ୍କୁ ବୁଲିବୁଲି ଖାଦ୍ୟ ଯୋଗାଉଛନ୍ତି। ନିଜ ଉଦ୍ୟମରେ ଖାଦ୍ୟ ସଂଗ୍ରହ କରି ରାଜଧାନୀର ରାସ୍ତାରେ ବୁଲୁଥିବା କୁକୁରଙ୍କୁ ମନଭରି ଖାଇବାକୁ ଦେଉଛନ୍ତି। ଆଉ ସେଥିରୁ ସେ ପାଉଛନ୍ତି କେବଳ ଆତ୍ମ ସନ୍ତୋଷ  ।  ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଟୁଇଟରୁ ଆବିଷ୍କାର ହୋଇଛନ୍ତି ଭୁବନେଶ୍ୱରର ଏହି ଯାଯାବର । ନାଁ କମଳଲୋଚନ ବଳିୟାରସିଂ, ଘର ଯେକୌଣସି ଫୁଟପାଥ୍‌। ଭୁବନେଶ୍ୱରରେ ରାସ୍ତକଡ଼ ଜରି ଗୋଟାଇ ସ୍କ୍ରାପ୍‌ ବିକାଳୀଙ୍କୁ ବିକି କୌଣସି ମତେ ଚଳନ୍ତି କମଳଲୋଚନ।

ଯେଉଁଦିନ ଖାଇବାକୁ ନ ପାଆନ୍ତି, ସେଦିନ ଭୋକରେ ରୁହନ୍ତି। ଅଧିକାଂଶ ସମୟ ଭୋକରେ ରହୁଥିବା କମଳଲୋଚନ ବୁଝନ୍ତି ଭୋକର ସଂଜ୍ଞା। ଅତି ନିକଟରୁ ଦେଖିଛନ୍ତି ଭୋକକୁ। ଯେଉଁଥିପାଇଁ ରାସ୍ତାରେ ବୁଲୁଥିବା କୁକୁରଙ୍କ ଭୋକକୁ ସେ ଭଲକରି ବୁଝିଛନ୍ତି। କମଳଲୋଚନ ଜାଣିଛନ୍ତି, ମଣିଷକୁ ଭୋକକଲେ ସେ ଏଣୁତେଣୁ କରି କୌଣସିମତେ ଖାଦ୍ୟ ଯୋଗାଡ଼ କରିନେବ। କିନ୍ତୁ ବିଚରା ପଶୁଟିଏ ଖାଦ୍ୟ ନପାଇଲେ ଭୋକରେ ରହିବ ଅଥବା ଅଖାଦ୍ୟ ଖାଇବାକୁ ବାଧ୍ୟ ହେବ। ତେଣୁ ସେ ନିଜେ ପେଟପୁରା ଖାଦ୍ୟ ନପାଉଥିଲେ ବି ପ୍ରତିଦିନ କୁକୁରମାନଙ୍କୁ ଖୁଆନ୍ତି ଆଉ ଖୁସି ପାଆନ୍ତି। ଭୋକିଲାର ଭଗବାନ ସାଜିଥିବା କମଳଲୋଚନଙ୍କ ଏହି ନିସ୍ୱାର୍ଥପର ସେବା ପାଇଁ ତାଙ୍କୁ ଟ୍ୱିଟରରେ ସାବାସି ଦେଇଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ତାରକା ଭିଭିଏସ ଲକ୍ଷ୍ମଣ ।

୪ ବର୍ଷ ତଳେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କ ପୁଅ ରାଜ୍ ସଂପଦ କମଳ ଲୋଚନଙ୍କ ଉପରେ ଏକ ସିନେମା ପ୍ରସ୍ତୁତ କରିଥିଲେ । ଏହାର ନାଁ ଥିଲା ମ୍ୟାନ୍ ଅଫ୍ ଗଡ । ଏଥିରେ ସେ କମଳ ଲୋଚନଙ୍କ ପୁରା କାହାଣୀ ଖୁବ୍ ନିଆରା ଢଙ୍ଗରେ ଦର୍ଶାଇବାକୁ ପ୍ରୟାସ କରିଥିଲେ । ସେ ଟଙ୍କା କେଉଁଠୁ ଆଣନ୍ତି ଏବଂ କଣ ତାଙ୍କର ପରିଚୟ ସବୁ କିଛି ରହିଥିଲା ଫିଲ୍ମରେ ।

')}

Leave a Reply