ଅନର୍ଗଳ ଶ୍ଲୋକ୍ ବୋଲୁଛନ୍ତି ଅନୁଗୁଳର ଜଗନ୍ନାଥ: ଓ୍ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍‌ରେ ପାଇଲେ ସ୍ଥାନ

1 min read

ଅନୁଗୁଳ: ରେକର୍ଡ ପରେ ରେକର୍ଡ । ଅନଗୁଳ ଜିଲ୍ଲା ତାଳଚେର ପାଇଁ ଗୌରବ ଆଣିଛନ୍ତି ଜଗନ୍ନାଥ ପ୍ରଧାନ । ଶ୍ରୀମଦ୍ ଭାଗବତ ଗୀତାର ୮ଟି ଶ୍ଲୋକକୁ ୩୨ ସେକେଣ୍ଡରେ ଗାନ କରି ୱାର୍ଲଡ଼ ବୁକ ଅଫ ରେକର୍ଡ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ନାଁକୁ ସାମିଲ କରିଛନ୍ତି । ଜଗନ୍ନାଥଙ୍କ ଏଭଳି ପ୍ରତିଭାକୁ ନେଇ ପରିବାର ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ବୟସ ମାତ୍ର ୧୫ ବର୍ଷ । ହେଲେ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଳୋକ୍ । ସଂସ୍କୃତ ଭାଷା ପ୍ରତି ରୁଚି ତାଙ୍କୁ ଦେଇଛି ସଫଳତା । ମାତ୍ର ୩୨ ସେକେଣ୍ଡରେ ଭାଗବତ ଗୀତାରେ ୮ଟି ଶ୍ଲୋକକୁ ଗାଇ ରେକର୍ଡ କରିଛନ୍ତି ଅନୁଗୁଳ ଜିଲ୍ଲା ତାଲଚେର ତିଳେଇପସି ଗାଁର ଜଗନ୍ନାଥ ପ୍ରଧାନ । ଓ୍ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ନିଜ ନାଁକୁ ସାମିଲ କରିଥିବା ବେଳେ ଶିବତାଣ୍ଡବର ୬୩ଟି ଶ୍ଲୋକକୁ ୨୦ ସେକେଣ୍ଡରେ ଗାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜର ସ୍ଥାନ ପକ୍କା କରିଛନ୍ତି ।

https://www.youtube.com/watch?v=j20-yTzgnYg

ପିଲା ବେଳୁ ଅନନ୍ୟ ପ୍ରତିଭାର ଅଧିକାରୀ ଜଗନ୍ନାଥ । ପୂଜାପାଠ ପ୍ରତି ରୁଚି ଥିବାରୁ ଏକ ବର୍ଷ ଭାଗବତ ପଢିବା ସହିତ ଅଭ୍ୟାସ କରିଥିଲେ । ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଓ୍ବାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କୁ ସଂସ୍ଥା ପକ୍ଷରୁ ମେଡାଲ ସହିତ ମାନପତ୍ର ମିଳିଛି । ସେପଟେ ପୁଅ ଏପରି ସଫଳତାକୁ ନେଇ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି । ସଫଳତାର ଗୋଟିଏ ଗୋଟିଏ ପରେ ପାହାଚ ଚଢି ଚାଲିଛନ୍ତି ଜଗନ୍ନାଥ । ଆଗକୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇବା ପାଇଁ ଲକ୍ଷ୍ୟରେ ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ହୃଦୟବିଦାରକ: ଦୁର୍ଘଟଣାରେ ଚାଲିଗଲା ବାପା, ଝିଅ ଓ ନାତିର ଜୀବନ