ଅଙ୍କିତ ସକସେନା ହତ୍ୟା ମାମଲା, ପ୍ରେମିକାଙ୍କ ପରିବାରର..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଶ୍ଚିମ ଦିଲ୍ଲୀ ରଘୁବୀର ନଗରରେ ଘଟିଥିବା ଅଙ୍କିତ ସକସେନା ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୫ ତାରିଖରେ ଶୁଣାଣି ହେବ । ୨୦୧୮ ମସିହାରେ ଘଟିଥିବା ଏହି ହତ୍ୟା ଘଟଣାରେ ଅଙ୍କିତଙ୍କ ପ୍ରେମିକାଙ୍କ ବାପା, ମା ଏବଂ ମାମୁଁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଅଙ୍କିତ ହତ୍ୟା ପଛର କାରଣ ଥିଲା ଧର୍ମ । ଅନ୍ୟ ଧର୍ମର ଝିଅ ସହ ତାଙ୍କର ପ୍ରେମ ହୋଇଥିବାବେଳେ ଝିଅଘର ଲୋକେ ଏହାକୁ ଗ୍ରହଣ କରିନଥିଲେ । ଯେଉଁ କାରଣରୁ ଘଟଣା ଦିନ ପ୍ରେମିକାଙ୍କ ବାପା, ମା ଏବଂ ମାମୁଁ ରାଜରାସ୍ତାରେ ଗଳାକାଟି ହତ୍ୟା କରିଥିଲେ । ଦିଲ୍ଲୀ ପୋଲିସ ଏହି ଘଟଣାରେ ଅଙ୍କିତଙ୍କ ପ୍ରେମିକାଙ୍କ ବାପା, ମା, ମାମୁଁ ଏବଂ ମାଇଁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ମାଇଁ ନାବାଳିକା ହୋଇଥିବାବେଳେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ତେବେ ଅଙ୍କିତ ପ୍ରେମିକା କହିଥିଲେ କି, ତାଙ୍କ ଜୀବନ ପ୍ରତି ବିପଦ ଅଛି ଏଣୁ ତାଙ୍କ ନାରୀ ନିକେତନରେ ରଖାଯାଇଛି । ଏହାସହ ସେ କହିଛନ୍ତି କି, ତାଙ୍କ ମାମୁଁ ଅଙ୍କିତଙ୍କୁ ମାରିବା ପାଇଁ ଯୋଜନା କରିଥିଲେ । ଏସମ୍ପର୍କରେ ମୁଁ ଜାଣିବା ପରେ ଅଙ୍କିତ ପାଖକୁ ଯାଉଥିଲି । ଏହାପୂର୍ବରୁ ମୋ ପରିବାର ଲୋକେ ଅଙ୍କିତଙ୍କୁ ହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆସନ୍ତା ୧୫ ତାରିଖରେ ଘଟଣାର ଶୁଣାଣି ହେବା ସହ ଦଣ୍ଡ ଦିଆଯିବ ।