କଂଗ୍ରେସର ୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର : ବିଧାନସଭା ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ । ୩ ଲୋକସଭା ପ୍ରାର୍ଥୀଙ୍କ ସହ ୧୬ ବିଧାନସବା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ୩ ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର ଓ ଆସିକା । ପୂର୍ବରୁ ୧୭ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିଲା କଂଗ୍ରେସ ବର୍ତ୍ତମାନ ୩ ଜଣଙ୍କ ନାମ ଘୋଷଣାପରେ ମୋଟ ୨୦ ଜଣ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ଏବଂ ବାକି ରହିଛି ଆଉ ଗୋଟିଏ ଲୋକସଭା ଆସନ ଯଥା କଟକ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ ।

ସେହିପରି ୧୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । କିଛି ନୂଆ ମୁହଁ ସ୍ଥାନ ପାଇଛନ୍ତି ଆଉ କିଛି ଆମଦାନି ନେତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ୧୬ ବିଧାନସଭା ରତାଲିକାରେ ରହିଛି ଏହି ପ୍ରାର୍ଥୀଙ୍କ ନାଁ ଯଥା – ଝାରସୁଗୁଡ଼ା ଅମିତା ବିଶ୍ୱାଳ, ବଡ଼ସାହି ଖୀରୋଦ କୁମାର ପାତ୍ର, ସୁକିନ୍ଦା ବିଭୁଭୂଷଣ ରାଉତ, କଣ୍ଟାମାଳ ଶରତ କୁମାର ପ୍ରଧାନ, ଏହି ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ବଦଳିଲେ ଦଳ ଶରତଙ୍କ ଉପରେ ଭରସା କରିଛି । ସେହିପରି ଦୁଇଦିନ ତଳେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେିଥିବା ସିପ୍ରା ମଲ୍ଲୀକଙ୍କୁ ଦଳ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ରାଜନଗର ଅଶୋକ ପ୍ରତିହାରୀ, ମହାକାଳପଡ଼ା ଲୋକନାଥ ମହାରଥୀ, ସିଦ୍ଧାର୍ଥ ରାଉତରାୟ ଅର୍ଥାତ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ପୁଅଙ୍କୁ ଦଳ ନିମାପଡ଼ାରେ ପ୍ରାର୍ଥୀ କରିଛି ।  ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ ଦଳ ପରିବର୍ତ୍ତନ କରିଛି ଜୟନ୍ତ କୁମାର ଭୋଇଙ୍କ ବଦଳରେ କୃଷ୍ଣ ସଗରୀଆଙ୍କୁ ପ୍ରାର୍ଥୀ କରିଛି ।ସେହିପରି ବିଜେପି ଶିବିର ଛାଡ଼ି କଂଗ୍ରେସରେ ମିଶିଥିବା ସୋନାଲି ସାହୁଙ୍କୁ ଖୋର୍ଦ୍ଧା ପାଇଁ ଟିକେଟ ଦେଇଛି କଂଗ୍ରେସ । ଚିଲିକାରୁ ପ୍ରଦୀପ କୁମାର ସ୍ବାଇଁ, ଖଣ୍ଡପଡ଼ା ମନୋଜ କୁମାର ପ୍ରଧାନ, ଦଶପଲ୍ଲା ନକୁଳ ନାୟକ, କବିସୂର୍ଯ୍ୟନଗର ସଞ୍ଜୟ କୁମାର ମଣ୍ଡାଲ,  ଗୋପାଳପୁର ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।