ବିଜେଇଏମ-୨ ସ୍କୁଲର ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ପାଳିତ

1 min read

ଭୁବନେଶ୍ୱର: ଭିବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଚତୁର୍ଦଶ ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବ ଦୁଇଦିନ ଧରି ଚାଲିଥିବା ବେଳେ ଏଥିରେ ଜୟଦେବ ନିର୍ବାଚନମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲି କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ଉନ୍ନତି କାମନା କରିଥିଲେ । ଦ୍ୱିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇ.ପି.ଏସ୍. ଶିଶିର କୁମାର ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

 

ପ୍ରାରମ୍ଭରେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ୱିନୀ କୁମାର ତିୱାରୀ, ପରିଚାଳକ ପ୍ରତାପ କୁମାର ଜେନା , ସହପରିଚାଳକ ଚିତ୍ତରଞ୍ଜନ ବରିସଲ୍, ଅଧ୍ୟକ୍ଷା  କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବେଶ୍ୱର ସାମଲ ଓ ବି.ଜେ. ଶିକ୍ଷା ପରିଷଦର ସଦସ୍ୟଗଣ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ତେବେ ଏଥିରେ ଅନେକ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply