spot_img

Latest Posts

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୮୦୦ ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ଆଉ ୧୮୦୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଞ୍ଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୪୮ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୪ ଜଣ, ଅନୁଗୁଳ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ, କେନ୍ଦୁଝରରୁ ୭୪, ବାଲେଶ୍ୱର ଜିଲ୍ଲାରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡ଼ରୁ ୬୫, କେନ୍ଦ୍ରାପଡ଼ାରୁ ୬୨, ବଲାଙ୍ଗିରରୁ ୬୧, ଭଦ୍ରକରୁ ଓ ଜଗତସିଂହପୁରରୁ ୬୦ ଜଣ ଲେଖାଏଁ, ନବରଙ୍ଗପୁରରୁ ୫୩ ଜଣ, କୋରାପୁଟରୁ ୪୪ ଜଣ, କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦ ଜଣ, ଢେଙ୍କାନାଳ, ମାଲକାନଗିରି ଓ ସମ୍ବଲପୁରରୁ ୩୫ ଜଣ, ଗଞ୍ଜାମ, କନ୍ଧମାଳ ଓ ସୋନପୁରରୁ ୨୯ ଜଣ ଲେଖାଏଁ, ନୟାଗଡ଼ରୁ ୨୭ ଜଣ, ରାୟଗଡ଼ାରୁ ୧୨ ଜଣ, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ବୌଦ୍ଧରୁ ୬ ଜଣ ଓ ରାଜ୍ୟ ପୁଲରୁ ୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୭୩ ହଜାର ୮୩୮ ଜଣ ସୁସ୍ଥ ହୋଇ ସାରିଲେଣି । ଅନ୍ୟପଟେ ବିଏମସି ଅଞ୍ଚଳରୁ ଆଜି ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବା ବେଳେ ୬୮ଟି ସ୍ଥାନୀୟ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ତୃତୀୟ ପର୍ଯାୟ ସେରୋ ସର୍ଭେରେ ଭୁବେନଶ୍ୱର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଆରଏମ୍ଆରଏସି ସୂଚନା ଦେଇଛି ।

Latest Posts

Don't Miss