spot_img

Latest Posts

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୭୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: କରୋନାକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥତା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୭୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୦୨ ଜଣ, ପୁରୀରୁ ୧୮୫, ଅନୁଗୁଳରୁ ୧୮୨, କେନ୍ଦ୍ରାପଡ଼ା ୧୫୦, ନୂଆପଡ଼ା ୧୪୨, ସୁନ୍ଦରଗଡ଼ ୧୦୬, ବାଲେଶ୍ୱର ୯୪, ଯାଜପୁର ୯୧, କଳାହାଣ୍ଡି ୭୮, ବଲାଙ୍ଗିର ୭୪, ବରଗଡ଼ ୭୩, କେନ୍ଦୁଝର ଓ ସମ୍ବଲପୁରରୁ ୭୨ ଜଣ ଲେଖାଏଁ, ମୟୂରଭଞ୍ଜ ୬୮, ମାଲକାନଗିରି ୬୭, ଜଗତସିଂହପୁର ୬୫, ନବରଙ୍ଗପୁର ୬୨, ସୋନପୁର ୫୯, ଝାରସୁଗୁଡ଼ା ୫୬, ନୟାଗଡ଼ ୫୫, ରାୟଗଡ଼ା ୫୪, କୋରାପୁଟ ୫୧, କନ୍ଧମାଳ ୪୩, ଭଦ୍ରକ ୩୩, ଗଞ୍ଜାମ ୩୧, ଢେଙ୍କାନାଳ ୨୭, ବୌଦ୍ଧ ୨୭, ଦେବଗଡ଼ ୧୮ ଓ ଟେଷ୍ଟ ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୨୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୯ ଜଣ ସୁସ୍ଥ ହୋଇଛନ୍ତି । ନୂଆ କରି ଚିହ୍ନଟ ୨୫୩ ସଂକ୍ରମିତଙ୍କ ମଧ୍ୟରୁ ୭୩ଟି ମାମଲା କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୧୮୦ଟି ମାମଲା ସ୍ଥାନୀୟ ସଂକ୍ରମଣ ।

Latest Posts

Don't Miss