କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ବିଦେଶରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଏହି ଚିତାର ନାଁ ଉଦୟ ଅଟେ ଏବଂ ଏହାକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଏହା ପୂର୍ବରୁ ଚିତା ଶାସାର ମୃତ୍ୟୁ ହୋଇଥିଲା । ଏବଂ ଏହା ନାମବ୍ୟାରୁ ଆସିଥିଲା । ଚିତା ଉଦୟର ମୃତ୍ୟୁ ରବିବାର ଅପରାହ୍ନ ଚାରିଟା ସମୟରେ ହୋଇଛି । ବନ ବିଭାଗର ଟିମ୍ ସକାଳେ ତାର ସ୍ୱାସ୍ଥ୍ୟବସ୍ଥାରେ ଖରାପ ଥିବା ଦେଖିଥିଲେ ।

ଏହାପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ମେଡିକାଲ ସେଣ୍ଟର ନିଆଯାଇଥିଲା କିନ୍ତୁ ସନ୍ଧ୍ୟା ୪ଟା ବେଳେ ତାର ମୃତ୍ୟୁ ହୋଇଯାଇଛି । ଉଦୟ ଦକ୍ଷିଣ ଆଫ୍ରିକୀୟ ଚିତା ଥିଲା ଏବଂ ଚଳିତ ବର୍ଷ ୧୮ ଫେବ୍ରୁଆରୀରେ ତାକୁ ୧୧ ଅନ୍ୟ ଚିତା ସହ କୁନୋ ଅଣାଯାଇଥିଲା । ପ୍ରକାଶ ଥାଉକି ଏହା ଦ୍ୱିତୀୟ ମୃତ୍ୟୁ ଅଟେ । ନାମବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ପାର୍କରେ ୨୦ ଚିତା ଅଣାଯାଇଥିଲା । ୨ ଚିତାଙ୍କ ମୃତ୍ୟୁ ପରେ ଏବେ ଆଉ ୧୮ ଟି ଚିତା ଅଛନ୍ତି ।