ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ଲାଗି ଟାଟା ପାୱାରର ଷଡ଼ଯନ୍ତ୍ର

Another Conspiracy Of Tata Powers To Hike Power Tariff

ଭୁବନେଶ୍ୱର: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟୁଛି ଟାଟା ପାୱାର । ଏହା ବିରୋଧରେ ଅସନ୍ତୋଷର ନିଆଁ ତେଜିଲାଣି । ଘରୋଇକରଣର ୨ ବର୍ଷ ପରେ ଟାଟା ପାୱାର ତା’ ଦାୟିତ୍ୱ ଠିକ୍‌ ଭାବେ ନ ତୁଲାଇ ଏବେ ବିଦ୍ୟୁତ୍ ଟାରିଫ୍ ବୃଦ୍ଧି କରି ଉପଭୋକ୍ତାଙ୍କ ଉପରେ ବୋଝ ଲଦିବାକୁ ଅଣ୍ଟା ଭିଡ଼ିଛି । ଫଳରେ ଜୋରଦାର ହୋଇଛି ପ୍ରତିବାଦର ସ୍ୱର । କମ୍ପାନିର ମନମୁଖୀ କାମ ବିରୋଧରେ ଆନ୍ଦୋଳନ କରିବାକୁ ଉପଭେକ୍ତା ସଂଘ ଓ ଜନତା ଚେତାବନୀ ଦେଇଛନ୍ତି ।

ବିଦ୍ୟୁତ୍ ଭିତ୍ତିଭୂମିରେ ଆସିବ ସଂସ୍କାର । ଖୁଣ୍ଟ ଓ ସବ୍‌ଷ୍ଟେସନ ସଜାଯିବା ସହ ହ୍ରାସ କରାଯିବ ବିଦ୍ୟୁତ ଚୋରି ଓ ଏଟିସି ଲସ୍‌ । ଏହି ଲକ୍ଷ୍ୟରେ ୨୦୨୦ରେ ଶକ୍ତିକ୍ଷେତ୍ରର ଘରୋଇକରଣ ମାଧ୍ୟମରେ ଟାଟା ପାୱାରକୁ ଦାୟିତ୍ୱ ଦିଆଯାଇଥିଲା । ଏସବୁ କ୍ଷେତ୍ରରେ ସଂସ୍କାର ପାଇଁ ଓଇଆରସି ନିକଟରେ ଆରମ୍ଭରୁ କୋଟିକୋଟି ଟଙ୍କାର ଲମ୍ବା ପ୍ଲାନ ଦେଲା ଟାଟା । କମ୍ପାନୀ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଥିଲା । ତେବେ ଏହି ଅର୍ଥ ଲୋକଙ୍କଠାରୁ ଟାରିଫ୍ ଆକାରରେ ନେବାକୁ ଯୋଜନା କରିଥିଲା କମ୍ପାନୀ । ଟାଟାର ଏପରି ଆଭିମୁଖ୍ୟ ବିରୋଧରେ ସ୍ୱର ଉଠିଛି । ବିଦ୍ୟୁତ୍ ଟାରିଫ୍ ବୃଦ୍ଧି କଲେ ଦୃଢ଼ ବିରୋଧ କରାଯିବ ବୋଲି ରାଜନେତା ଓ ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ।

Another Conspiracy Of Tata Powers To Hike Power Tariff

ଦିନକୁ ଦିନ ବିଜୁଳି ଶୁଳ୍କ ଆଦାୟ ନେଇ ଟାଟା ବିରୋଧରେ ବିଭିନ୍ନ ଜିଲ୍ଲାରୁ ଉଠୁଛି ପ୍ରତିବାଦର ସ୍ୱର । ଅତ୍ୟାଧୁନିକ ମିଟର ଆଳରେ ଟାଟା ପାୱାର ଗ୍ରାହକଙ୍କଠାରୁ ଅତ୍ୟଧିକ ଟଙ୍କା ନେବା ସହ ବକେୟା ଆଦାୟ ଆଳରେ ଜୁଲମ କରୁଥିବା ଅଭିଯୋଗ ହୋଇଛି । ଏନେଇ ଢେଙ୍କାନାଳରେ ଟାଟା ପାୱାର ବିରୋଧରେ ଦାନା ବାନ୍ଧିଛି ଅସନ୍ତୋଷ । ଗ୍ରାହକଙ୍କ ସହ ଟାଟା ପାୱାର ଏପରି ମନମୁଖୀ କାମ କଲେ ଆଗକୁ ବଡ଼ଧରଣର ଆନ୍ଦୋଳନ କରିବାକୁ ଉପଭୋକ୍ତା ସଂଘ ଓ ଚେତବାନୀ ଦେଇଛି ।

ବିଦ୍ୟୁତ୍‌ ଦର ନେଇ ଓଇଆରସିରେ ୨୧ ତାରିଖରୁ ଟାଟା ପାୱାରର ଶୁଣାଣି ହେବ । ୨ ବର୍ଷ ଭିତରେ ନିଜ ଦାୟିତ୍ୱ ଠିକ୍ ଭାବେ ନ ତୁଲାଇ ଟାଟା ପାୱାର ଯଦି ବିଜୁଳି ଶୁଳ୍କ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିବ । ତାକୁ ଦୃଢ ବିରୋଧ କରିବ ଉପଭୋକ୍ତା ମହାସଂଘ ।

Leave a Reply