ଯାଜପୁର ନଦୀରେ ଭାସିଯିବା ଘଟଣା: ଆଉ ଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଖରସ୍ରୋତା ନଦୀରେ ୬ ଜଣ ଭାସି ଯାଇ ନିଖୋଜ ଖଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧ ପାଇଛି । ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୩ ଜଣଙ୍କର ଉଦ୍ଧାର ହୋଇଛି । ଗତକାଲି ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା ।

ଆଜି ସକାଳେ କ୍ରିଷ୍ଣାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ଅପରାହ୍ଣରେ କରନ ଜେନାଙ୍କର ମୃତ ଦେହ ମିଳିଥିବା ବେଳେ ସନ୍ଧ୍ୟାରେ ରଶ୍ମୀରଞ୍ଜନ ଜେନାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।

ଗତକାଲି ହୋଲି ଖେଳିସାରି ଗାଧୋଇବାକୁ ଯାଇ ଭାସିଯାଇ ନିଖୋଜ ହୋଇଥିଲେ ୬ ଜଣ । ମଙ୍ଗଳା ଘାଟରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ସମସ୍ତେ ଭାସିଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ଖୋଜାଖୋଜି ପରେ ନଦୀ କୂଳରେ ସମସ୍ତଙ୍କର ସାର୍ଟପ୍ୟାଣ୍ଟ ଚପଲ ଦେଖି ପିଲାମାନେ ଭାସି ଯାଇଥିବା ଜାଣିବାକୁ ପାଇଥିଲେ ।