ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଯାଜପୁର: ଖରସ୍ରୋତା ନଦୀରେ ୭ ଜଣ ବୁଡ଼ିଯିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ କରନ ଜେନା । ଆଜି ସକାଳୁ କ୍ରିଷ୍ଣା ଏବଂ ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ଜଣେ ଯୁବକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କରନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି ।

ଗତକାଲି ହୋଲି ଖେଳିସାରି ଗାଧୋଇବାକୁ ଯାଇ ଭାସିଯାଇଥିଲେ ୭ଜଣ । ମଙ୍ଗଳା ଘାଟରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ସମସ୍ତେ ଭାସିଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ଖୋଜାଖୋଜି ପରେ ନଦୀ କୂଳରେ ସମସ୍ତଙ୍କର ସାର୍ଟପ୍ୟାଣ୍ଟ ଚପଲ ଦେଖି ପିଲାମାନେ ଭାସି ଯାଇଥିବା ଜାଣିବାକୁ ପାଇଥିଲେ ।