ଆମେରିକାର ଆଲର୍ଟ ପରେ କାବୁଲ ବିମାନବନ୍ଦର ନିକଟରେ ବଡ଼ ବିସ୍ଫୋରଣ

Another Explosion Near Kabul Airport

କାବୁଲ: ସତ ହେଲା ଆମେରିକାର ଅନୁମାନ । ପୁଣି ଥରିଲା ଆଫଗାନିସ୍ତାନ । ଅଶାନ୍ତ ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ ଘଟିଛି । ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଓ ରକେଟ୍ ମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଆମେରିକା ସୈନ୍ୟ ବିମାନବନ୍ଦରରୁ ହଟିବା ପରେ ଏହି ବିସ୍ଫୋରଣ ଚିନ୍ତା ବଢ଼ାଇଛି ।

Another Explosion Near Kabul Airport

ବିମାନବନ୍ଦର ନିକଟରେ ବିସ୍ଫୋରଣ ସହ ରକେଟ ମାଡ଼ ମଧ୍ୟ ହୋଇଛି । ଗତକାଲି ବିମାନବନ୍ଦର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ବିମାନବନ୍ଦର ବାହାରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

Another Explosion Near Kabul Airport

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ଏୟାରପୋର୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆଶଙ୍କା କରିଥିଲେ । ଆମେରିକାର ଏଭଳି ଚେତାବନୀ ପରେ ବିସ୍ଫୋରଣ ଆଫଗାନିସ୍ତାନ ସହ ଦୁନିଆର ଚିନ୍ତା ବଢ଼ାଇ ଦେଇଛି ।

Leave a Reply