spot_img

Latest Posts

ବାଂଲାଦେଶ: ପୁଣି ଜଣେ ହିନ୍ଦୁଙ୍କୁ ମାରିବାକୁ ପ୍ରୟାସ

ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ଥମିବାର ନାଁ ଧରୁନି । ଆଜି ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ମାରିବାକୁ ପ୍ରୟାସ କରାଯାଇଥିବା ଜଣାପଡ଼ିଛି । ଶରୀୟତପୁର ଅଞ୍ଚଳରେ ଖୋକନ ଚନ୍ଦ୍ର ନାମକ ଜଣେ ହିନ୍ଦୁ ଯୁବକଙ୍କୁ କିଛି ଯୁବକ ଘେରି ଯାଇଥିଲେ । ପ୍ରଥମେ ଯୁବକଙ୍କୁ ନିର୍ମମ ଭାବେ ପିଟିଥିଲେ । ତା’ପରେ ଛୁରୀରେ ଆକ୍ରମଣ କରାଯାଇଥିଲା । ଏହାପରେ ପେଟ୍ରୋଲ ଢାଳି ଜୀଅନ୍ତ ଜଳାଇ ମାରିବାକୁ ପ୍ରୟାସ କରାଯାଇଥିଲା । ଶେଷ ସମୟରେ ଖୋକନ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଭୟଙ୍କର ଭାବେ ଅତ୍ୟାଚାର କରାଯାଉଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୧୮ ତାରିଖରେ ଦୀପ ଚନ୍ଦ୍ର ଦାସଙ୍କୁ କିଛି ଯୁବକ ମିଶି ହତ୍ୟା କରିଥିଲେ । ଦୀପଙ୍କୁ ଗଛରେ ବାନ୍ଧି ଜଳାଇ ଦିଆଯାଇଥିଲା । ତାଙ୍କ ଉପରେ ଈଶନିନ୍ଦାର ଅଭିଯୋଗ ଆସିଥିଲା । ଏହାପରେ ୨୫ ତାରିଖରେ କିଛି ଯୁବକ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରିଥିଲେ । ତେବେ ଅମୃତ ମଣ୍ଡଳ ଜଣେ ଅପରାଧୀ ଥିଲେବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଥିଲା ।

Latest Posts

Don't Miss