ଘର କବାଟ ଭାଙ୍ଗି ଛାତ୍ରଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ରାଜଧାନରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ ନିକଟରେ ଘଟିଛି ଅଘଟଣ । ମୃତକ ହେଲେ ଜଗତସିଂହପୁର ଅନ୍ତର୍ଗତ ତିର୍ତ୍ତୋଲର ସିଦ୍ଧାର୍ଥ ନାୟକ  । ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ପୋଲିସ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ମିଳିଥିବା ସୂଚନା ମୁତାବକ ୨୦୨୨ ଜାନୁଆରୀ ୧ ରୁ ଆଜି ଯାଏଁ ୨୪୨ ଟି ଆତ୍ମହତ୍ୟା ଘଟଣା ଘଟିଛି । କେବଳ ଭୁବନେଶ୍ୱରରେ ୨୪୨ ଟି ଆତ୍ମହତ୍ୟା ହୋଇଥିବା ସୂଚନା ରହିଛି । ନିକଟରେ ଏକାଧିକ ଛାତ୍ର ଆତ୍ମହତ୍ୟା କରିଥିବା ପୋଲିସ ପାଖରେ ଅଭିଯୋଗ ପହଁଚିଛି  । ତେବେ ଏଭଳି ଛାତ୍ର ଆତ୍ମହତ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି  ।