ସୁସ୍ଥ ହେଲେ ରାଜ୍ୟର ଆଉ ୨ କରୋନା ସଂକ୍ରମିତ

1 min read

ଭୁବନେଶ୍ୱର: ରାଜ୍ୟର ଆଉ ୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ, ଆରୋଗ୍ୟ ଲାଭ କରିଥିବା ୨ ଜଣ ରାଜଧାନୀ ଭୁବନେଶ୍ୱରର । ପୂର୍ବରୁ ୧୯ ଜଣ ସଂକ୍ରମିତଙ୍କ ନମୁନା ନେଗେଟିଭ୍ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

ଶୁକ୍ରବାର ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ମୋଟ ୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ଖସିଛି । ସେହିଭଳି ରାଜ୍ୟରେ ମୋଟ ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ଖସି ଆସିଛି । ଆରୋଗ୍ୟ ଲାଭ କରିଥିବା ୨ ଜଣଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।

କରୋନା ସଂକ୍ରମଣର ୩୦ ଦିନ ପରେ କଣ ଅଛି ଓଡ଼ିଶାର ସ୍ଥିତି ? ଜାଣନ୍ତୁ…

ରାଜଧାନୀରେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ଯାଏଁ ୧୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ୬୦ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ଭଲ ହୋଇ ଘରକୁ ଫେରି ସଂଗରୋଧରେ ଅଛନ୍ତି । ସଂକ୍ରମଣ ରୋକିବାକୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner