spot_img

Latest Posts

ମଣିଷଙ୍କ ଉପରେ ଆଉ ଏକ ଭ୍ୟାକ୍ସିନ ପରୀକ୍ଷା ଆରମ୍ଭ, ସେପ୍ଟେମ୍ବରରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: କରୋନା କାୟା ଦିନକୁ ଦିନ ବଢିବାରେ ଲାଗିଛି । WHO ଅନୁସାରେ କରୋନା ଭ୍ୟାକ୍ସିନ ନଆସିବା ପର୍ଯ୍ୟନ୍ତ ଏହାର ପ୍ରଭାବ କମିବ ନାହିଁ । ଏଥିପାଇଁ ବୈଜ୍ଞାନିକମାନେ ଟିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ପୂର୍ବରୁ ମାଙ୍କଡମାନଙ୍କ ଉପରେ ଭ୍ୟାକ୍ସିନ ପରୀକ୍ଷା ହୋଇଥିଲା  । ଏବେ ପୁଣିଥରେ ମଣିଷମାନଙ୍କ ଉପରେ ଆଉ ଏକ ଭ୍ୟାକ୍ସିନ ପରୀକ୍ଷା ହେବ । ଏହି ଟିକାର ପରୀକ୍ଷା ମଣିଷଙ୍କ ଉପରେ ଆରମ୍ଭ ହୋଇସାରିଛି। ଜେନେଟିକ ପଦାର୍ଥରୁ ପ୍ରସ୍ତୁତ ଏହି ଟିକା ଅନ୍ୟ ଟିକାଠାରୁ ସମ୍ପୂର୍ଣ୍ଣ ଅଲଗା । ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନୀର ବାୟୋଏନଟେକ୍ ଦାବି କରିଛନ୍ତି ଯେ, ପରୀକ୍ଷା ସଫଳ ହେଲେ ସେପ୍ଟେମ୍ବରରେ ଏହି ଟିକା ଉପଲବ୍ଧ ହେବ।

ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଟୀକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ନ୍ୟୁୟର୍କର ଜଣେ ଡାକ୍ତର ମାର୍କ ମୁଲିଗନ କହିଛନ୍ତି ଯେ, ସୁସ୍ଥ ଲୋକଙ୍କ ଉପରେ ଏହି ଟୀକା ପରୀକ୍ଷା କରାଯିବ, କାରଣ ପରୀକ୍ଷା ସମୟରେ ସେମାନେ ନିରାପଦ ରହିପାରିବେ । ବୈଜ୍ଞାନିକମାନେ କହିଛନ୍ତି ଯେ, ଶ୍ୱାସକ୍ରିୟାରୁ ଫୁସଫୁସରେ ପହଞ୍ଚି ଏହି ଭୂତାଣୁ ସମସ୍ତ ଅଙ୍ଗକୁ ସଂକ୍ରମିତ କରୁଛି । ଏହି ଟୀକା ଶରୀରର ସୁସ୍ଥ ରୋଗ ପ୍ରତିରୋଧକ କ୍ଷମତା ପରୀକ୍ଷା କରିବ ଯାହା ମାଧ୍ୟମରେ ଅଧିକରୁ ଅଧିକ ଶକ୍ତିଶାଳୀ ଆଣ୍ଟିବଡି ଉତ୍ପନ୍ନ ହେବ ଏବଂ ଶରୀରରେ କରୋନା ସଂକ୍ରମଣକୁ ଦୂର କରିବ  । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଟୀକା ଅନ୍ୟ ଟୀକା ଅପେକ୍ଷା ଅଧିକ ପ୍ରଭାବଶାଳୀ ଏବଂ ଜୀବାଣୁ ଦୁର୍ବଳ କରିବାରେ ସକ୍ଷମ ହେବ।

ଫାଇଜର ଏବଂ ବାୟୋଏନଟେକ୍ ଗତ ମାସରେ ଜର୍ମାନୀରେ ୧୨ ଜଣ ସୁସ୍ଥ ଲୋକଙ୍କ ଉପରେ ଏହାକୁ ପରୀକ୍ଷା କରିଥିଲେ । ଫଳାଫଳ ସଫଳ ହେବା ପରେ, ଉଭୟ କମ୍ପାନୀ ୨୦୦ ଲୋକଙ୍କ ଉପରେ ଏହି ଟୀକା ପରୀକ୍ଷା କରିବେ। ଆମେରିକାର ପ୍ରଥମ ପର୍ଯ୍ୟାୟରେ ୩୬ ଜଣଙ୍କ ଉପରେ ପରୀକ୍ଷା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୮ ହଜାର ଲୋକେ ସାମିଲ ହେବେ।

 

Latest Posts

Don't Miss